ଡଙ୍ଗରପଡ଼ା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ...
ବଙ୍ଗୋମୁଣ୍ଡା,୨୮/୦୩ :- ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ମୁଖ୍ୟାଳୟ ସ୍ଥିତ ଡଙ୍ଗରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ କମିଟି ସଭାପତି ଶଙ୍କର ତାଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
Ad..
ମୁଖ୍ୟ ଅତିଥି ଭାବେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ,ସମ୍ମାନିତ ଅତିଥି ଡ଼ଙ୍ଗରପଡ଼ା ସରପଞ୍ଚ ରାମଦାସ ମହାକୁର,ସାମାଜିକ କର୍ମୀ କପିଳାସ ଭୋଇ,ମୁଖ୍ୟ ବକ୍ତା ସିଆରସିସି ପ୍ରମୋଦ କର୍ମୀ ଯୋଗଦେଇଥିଲେ ।
ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।ବାଗଦେବୀ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଶିକ୍ଷା ହିଁ ସମାଜର ମେରୁଦଣ୍ଡ, ସମାଜ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ବିନା ମଣିଷ ଜୀବନ ପୂର୍ଣ୍ଣାଙ୍ଗ ହୋଇପାରେ ନାହିଁ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
ଗ୍ରାମର ଦିଗସନ ଭୋଇ,ବ୍ରାହ୍ମଣ ତାଣ୍ଡି,ଦେବରାଜ ଲୁହା, ୱାର୍ଡ ସଭ୍ୟ ଦାନ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟର ଶିକ୍ଷକ ଶୁଭକାନ୍ତ ସାହୁ,ବେଣୁଧର ମେହେର,ସହ ଶିକ୍ଷୟିତ୍ରୀ ଭାରତୀ ସିଂ ବରିହା,ରାଜଶ୍ରୀ ମହାନ୍ତି, ରାଜସ୍ମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
Edited by k.s thakur...


