କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ଘଟଣା, ୩ଟି ମାମଲା ରୁଜୁ କଲା ପୋଲିସ...

କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ଘଟଣା, ୩ଟି ମାମଲା ରୁଜୁ କଲା ପୋଲିସ...


ଭୁବନେଶ୍ୱର,୨୮/୦୩ : କାଲି କହିଥିଲେ ଆକ୍ସନ ନେବେ। ଆଉ ଆଜି ଆରମ୍ଭ କଲେ। ହଁ ଆମେ କହୁଛୁ ଗତକାଲି କଂଗ୍ରେସର ବିକ୍ଷୋଭ ସମୟର କଥା। ଯେତେବେଳେ କି ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। କଂଗ୍ରେସର ବିକ୍ଷୋଭ ବେଳେ ହିଂସାକୁ ନେଇ ୩ଟି ମାମଲା ରୁଜୁ ହୋଇଛି।

Ad..


ଆଉ ଏହି ୩ଟି ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ। ଲୋୟର ପିଏମଜିରେ କଂଗ୍ରେସର ବିକ୍ଷୋଭକୁ ନେଇ ମାମଲା ରୁଜୁ ହୋଇଛି। ଦଙ୍ଗା ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ। ପୋଲିସ ଗାଡିରେ ନିଆଁ ଓ ପୋଲିସ ସହ ଯୁକ୍ତିତର୍କକୁ ନେଇ ମଧ୍ୟ ମାମଲା ରୁଜୁ ହୋଇଛି।

କେସ୍ ନଂ ୧୨୮, ୧୨୯ ଓ ୧୩୦ରେ ମାମଲା ରୁଜୁ ହୋଇଛି। ବିଏନଏସର ୧୭ଟି କଡ଼ା ଦଫା ଲଗାଇଛି ପୋଲିସ୍। ପୋଲିସ ଉପରକୁ ଟେକାପଥର ମାଡ଼ ନେଇ ମଧ୍ୟ ଦଫା ଲାଗିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିସାରିଛି ପୋଲିସ୍।

ଆପଣମାନେ ଦେଖିଥିବେ କାଲିର ଦୃଶ୍ୟ। କେଉଁପରି ଭାବରେ ଲୋୟର ପିଏମଜିରେ ରକ୍ତ ବୋହିଥିଲା। ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଏକପ୍ରକାର ଦଙ୍ଗା ସୃଷ୍ଟି ହୋଇଥିଲା।

ଯେଉଁଥିରେ ଅନେକ ଲୋକ ଓ ପୋଲିସ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ଆଜି ଏନେଇ ମାମଲା ରୁଜୁ ହୋଇଛି। ପୋଲିସ ମଧ୍ୟ ସିସିଟିଭି ଫୁଟେଜରୁ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି।



Edited by k.s thakur...




Post a Comment

Previous Post Next Post