ଶିଶୁଙ୍କ ପାଇଁ ଏକ ଦିବସ-ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ଟାସ୍କଫୋର୍ସ କମିଟିର ବୈଠକ...

ଶିଶୁଙ୍କ ପାଇଁ ଏକ ଦିବସ-ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ଟାସ୍କଫୋର୍ସ କମିଟିର ବୈଠକ...


ବରଗଡ,୨୮/୦୩ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆନୁକୁଲ୍ଯରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ଟାସ୍କଫୋର୍ସ କମିଟିର ସମସ୍ତ ସଦସ୍ଯଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହୋଇଛି । 

Ad..



ଶିଶୁମାନଙ୍କ ପାଇଁ ଏକ ଦିବସ" ଶୀର୍ଷକ ଏହି ବୈଠକ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ପୋଲିସ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ଟାସ୍କଫୋର୍ସର ସଦସ୍ୟମାନେ ଯୋଗ ଦେଇଥିଲେ।

ବୈଠକରେ  ପୋଲିସ ବିଭାଗ ଦ୍ଵାରା ବାଲ୍ୟବିବାହ, ଶିଶୁ ଚାଲାଣ ଏବଂ ପୋକସୋ କେସ ପଞ୍ଜୀକରଣ ତଥା ସେଗୁଡିକର ସମାଧାନ ବିଷୟରେ ଉପସ୍ଥାପନ କରିଥିବା ବେଳେ ଶିକ୍ଷା ବିଭାଗ ଦ୍ଵାରା ଗତ ଦଶମ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତ ସଂଖ୍ୟା ଏବଂ ତାହାର କାରଣ କମିଟିକୁ ଅବଗତ କରିଥିଲେ । 

ସେହିଭଳି ସ୍ୱାସ୍ଥ୍ୟ ବିଭାଗ ଶିଶୁଙ୍କ ଚିକିତ୍ସା ବ୍ୟବସ୍ତା, ଏଚଆଇଭି ସଂକ୍ରମିତ ଏବଂ ଗର୍ଭଧାରଣ କରିଥିବା ଶିଶୁଙ୍କ ସଂଖ୍ୟା  ବିଷୟରେ କହିଥିଲେ । ଏହାପରେ ଜିଲ୍ଲାପାଳ ଚାଇଲ୍ଡ ହେଲ୍ପ ଲାଇନରେ ଆସିଥିବା ଫୋନ ତଥା ପଞ୍ଜୀକରଣ ହଅଇଥିବା ଅଭିଯୋଗ ବିଷୟରେ ପଚାରି ବୁଝିଥିଲେ । 

ସୂଚନାଯୋଗ୍ୟକି, ଗତ ଦଶମ ପରୀକ୍ଷାରେ ଜିଲ୍ଲାର ସମୁଦାୟ ୧୭୧୯୨ ପିଲାଙ୍କ ମଧ୍ୟରୁ କେବଳ ୨୪୬ ଭିନ୍ନ ଭିନ୍ନ ବିଷୟରେ ପରୀକ୍ଷାରେ ଅନୁପସ୍ଥିତ ଥିବା ବେଳେ ଗତ ୨୦୨୪ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ  ୯୭ ଗୋଟି ୧୮ ବର୍ଷରୁ କମ ବାଳିକା ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି , ସେହିଭଳି ୨୭ ଗୋଟି ବାଲ୍ୟବିବାହ କେସ ପାଞ୍ଜିକୃତ ହୋଇ ସଫଳତାର ସହ ରୋକାଯାଇଛି ଏବଂ ଜିଲ୍ଲାର ୧୪୮ ଗୋଟି ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘଷଣା କରାଯାଇଛି ।  

ଜିଲ୍ଲାରେ ବାଲ୍ୟବିବାହ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପ୍ରତି ତିନି ମାସରେ ଥରେ ଜିଲ୍ଲାର ପ୍ରତ୍ୟକ ଗ୍ରାମାଞ୍ଚଳରେ ଗଠିତ ହୋଇଥିବା କମିଟିର ବୈଠକ ଆୟୋଜନ କରି ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ  ଗୁରୁତ୍ୱ ଦେଇ ବାଲ୍ୟ ବିବାହ ରୋକିବା ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବା, ପରିବାର ତରଫରୁ ବାଲ୍ୟ ବିବାହ ବିରୁଦ୍ଧରେ କେସ ପଞ୍ଜୀକରଣ ପାଇଁ ସଚେତନତା ବୃଦ୍ଧି କରିବା ଏବଂ ପ୍ରଭାବଶାଳୀ ଆଇନ ପ୍ରବର୍ତ୍ତନ ସୁନିଶ୍ଚିତ କରିବା ସହ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବାକୁ କହିଥିଲେ । 

ଏତଦବ୍ୟତୀତ ସମସ୍ତ ଥାନାରେ ବିଚାରଧିନ ପୋକସୋ କେସ ଗୁଡିକୁ ଶିଶୁ ସୁରକ୍ଷା ୟୁନିଟ କୁ ନିୟମିତ ଭାବେ ଜଣାଇବାକୁ କହି ଅଶର୍ମ ବିଦ୍ୟାଳୟ ଗୁଡିକରେ ଆରବିଏସକେ ଟିମ ନିୟମିତ ଭାବେ ପରିଦର୍ଶନ କରିବା, ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ନିର୍ଦ୍ଧିଷ୍ଠ ସମୟ ବ୍ୟବଧାନରେ ପୋକସୋ କେସ ଗୁଡିକୁ ଟ୍ରାକ କରିବା, ଶିଶୁ ଭିକ୍ଷୁକ ଓ ଶିଶୁ ଶ୍ରମିକ ରୋକିବା ନିମନ୍ତେ ଟାସ୍କ ଫୋର୍ଷ ନିୟମିତ କାର୍ଯ୍ୟ କରିବା, ନାବାଳିକା ପ୍ରସୂତି କେସ ଗୁଡିକୁ ଟ୍ରାକ କରି ଯଥାଚିତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post