କଠିନ ପରିଶ୍ରମ ଓ ଅଧ୍ୟବସାୟ ପାଇଁ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ : ରାଣା ପ୍ରତାପ ସ୍କୁଲ ପରୀକ୍ଷା ଫଳ ପ୍ରକାଶିତ...

କଠିନ ପରିଶ୍ରମ ଓ ଅଧ୍ୟବସାୟ ପାଇଁ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ : ରାଣା ପ୍ରତାପ ସ୍କୁଲ ପରୀକ୍ଷା ଫଳ ପ୍ରକାଶିତ...


ବରଗଡ଼,୨୮/୦୩ : ବରଗଡ଼ ରାଣା ପ୍ରତାପ ସ୍କୁଲ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ପରୀକ୍ଷାଫଳ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପଦ୍ମିନୀ ଗଡତିଆ ଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ପ୍ରକାଶିତ ହୋଇଯାଇଛି। 

Ad..


ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତା ଜାଲ ,ତପସ୍ଵିନୀ ତ୍ରିପାଠୀ,ବବିତା ନାଏକ,ସୁନୀତା ମିଶ୍ର,ଦୀପିକା କୁଲୁ ପ୍ରମୁଖ ଶ୍ରେଣୀ ଶିକ୍ଷୟିତ୍ରୀ ନିଜ ନିଜ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା ଫଳ ଘୋଷଣା କରିଥିଲେ। 

ଅବସର ପ୍ରାପ୍ତ ଶିକ୍ଷକ ତଥା ପଞ୍ଚ ଶିକ୍ଷା ସେତୁ କମିଟି ର ବରିଷ୍ଠ ସଦସ୍ୟ  କପିଳ ବାଗ ଓ ସୁଦର୍ଶନ ବାରିକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ଫଳ ର ସମୀକ୍ଷା ସହିତ  କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଳତା ର ଚାବିକାଠି ବୋଲି ଉଲ୍ଲେଖ କରି ଉତ୍ତମ ପରୀକ୍ଷା ଫଳ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମିଳିତ ପ୍ରୟାସ ରେ ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ। 

ଏହି ଅବସର ରେ ଆସନ୍ତା ଏପ୍ରିଲ ୨ ତାରିଖ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା  ଶିଶୁ ବାଟିକା ର ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ରେ ଯୋଗଦାନ ପାଇଁ ସମସ୍ତ ଅଭିଭାବକ ଙ୍କୁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ କରାଯାଇଥିଲା ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post