ବରଗଡ଼ ଜିଲ୍ଲା ରେ ଦିବ୍ଯାଙ୍ଗ ଙ୍କ ଅସନ୍ତୋଷ...

ବରଗଡ଼ ଜିଲ୍ଲା ରେ ଦିବ୍ଯାଙ୍ଗ ଙ୍କ ଅସନ୍ତୋଷ...


ବରଗଡ଼,୦୧/୦୩ :  ଦିବ୍ୟାଙ୍ଗ ମାନଙ୍କୁ ଚେକଅପ ନ କରି ପଛରୁ ଲୁଚିକି ଚାଲିଗଲେ ଡାକ୍ତର। ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ ମାନେ। ପ୍ରତ୍ୟେକ ମାସ 1 ତାରିଖ ବରଗଡ଼ ପୁରୁଣା ହସ୍ପିଟାଲରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଥାଏ। 

Ad..


ତେବେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦିବ୍ୟାଙ୍ଗ ମାନେ ଏହି ଶିବିରକୁ ଆସିଥିଲେ।ଦୂର ଦୁରାନ୍ତରରୁ ଦିବ୍ୟାଙ୍ଗ ମାନେ ଆସି ନ ଖାଇ ନ ପି ଲାଇନରେ ଛିଡା ହୋଇଥିବା ବେଳେ ଅପରାହ୍ନ 4 ଘଣ୍ଟା ସମୟରେ ଶିବିରରେ ଚେକଅପ କରୁଥିବା ଡାକ୍ତର ଲୁଚି ଚାଲିଯାଇଥିବା ଅଭିଯୋଗ କରିଛନ୍ତି। 

ତେବେ 50 ରୁ ଉର୍ଦ୍ଧ ଜଣ ଦିବ୍ୟାଙ୍ଗ ବିନା ଚେକଅପ କରି ଘରକୁ ଫେରିଛନ୍ତି। ସକାଲ 8 ଘଣ୍ଟା ସମୟରୁ ଦିବ୍ୟାଙ୍ଗ ମାନେ ଲାଇନରେ ଛିଡା ହୋଇଥିବା ବେଳେ  ଡାକ୍ତର ପଛରୁ ଲୁଚିକି ଚାଲିଯାଇଥିବାରୁ ବହୁ ଦିବ୍ୟାଙ୍ଗ ବିନା ଚେକଅପ କରି ଫେରିଥିଲେ। ଏ ଦିଗରେ ବରଗଡ଼ CDMO ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଦିବ୍ୟାଙ୍ଗ ମାନେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post