ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ...

ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ...


ଭୁବନେଶ୍ୱର,୦୧/୦୩ :  ଶୁକ୍ରବାର ଦିନ ଓଡ଼ିଶାରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି ।କଟକ ଓ ଭୁବନେଶ୍ୱରର ଡିସିପିଙ୍କୁ ବଦଳି କରାଯାଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ନିଯୁକ୍ତି ମିଳିଛି । 

Ad..


ସେହିପରି ଭୁବନେଶ୍ୱରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି।ଅଙ୍କିତ କୁମାର ବର୍ମାଙ୍କୁ ଭୁବନେଶ୍ୱରର ଅତିରିକ୍ତ ଡିସିପି ଭାବେ ନିଯୁକ୍ତି ମିଳିଛି। ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର।

ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ୱତନ୍ତ୍ର ଡିଜି ଭାବେ ଏସ୍‌.ଏମ୍‌. ନରୱାଣେ ଙ୍କୁ ଦାୟିତ୍ୱ ମିଳିଥିବାବେଳେ ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ୱ ଦିଆଯାଇଛି।



Edited by k.s thakur...







Post a Comment

Previous Post Next Post