ବରଗଡ଼ ରେ ହୋଲି ମିଲନ ଉତ୍ସବ ପାଳନ...
ବରଗଡ଼,୧୬/୦୩ : ଶାନ୍ତି, ମୈତ୍ରୀ, ଭାଇଚାରା ର ପର୍ବ ହୋଲି ଅବସରରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ବରଗଡ଼ ର ସମସ୍ତ ସାମାଜିକ, ରାଜନୈତିକ, ବ୍ୟବସାୟୀକ ସଂଗଠନ ଏକ ଜୁଟ ହୋଇ ପାଳନ କଲେ ରଙ୍ଗ ର ପର୍ବ ହୋଲି।
Ad..
ବରଗଡ ନାଗରିକ ମଞ୍ଚ ର ପକ୍ଷରୁ ଆଇନଜୀବୀ ଭୀଷ୍ମଦେବ ସରାଫ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରି ଥିଲେ। ଏହି ହୋଲି ମିଲନ ଉତ୍ସବ ବରଗଡ ସରକାରୀ ବସ ଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।
Ad..
ମୁଖ୍ୟ ଅତିଥି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭେବେ ପୂର୍ଵତନ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ସାଧୁ ନେପାକ ଉପସ୍ଥିତ ଥିଲେ,ସେହିପରି ବରଗଡ ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ ଉପସ୍ଥିତ ରହି ବରଗଡବାସୀଙ୍କୁ ହୋଲି ର ଶୁଭେଚ୍ଛା ଜଣାଇଥିଲେ।
ସେହିପରି ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର, ଅଚ୍ୟୁତା ମହାପାତ୍ର, ଯୁଗଳ ସିଂ, ହରଦୀପ ସିଂ, ନିପନ ଦାଶ,ନିଧୁବନ ପଣ୍ଡା, ସୁରେଶ୍ୱର ଶତପଥୀ, ଜାପାନ ମହାପାତ୍ର,ଅକ୍ରୁର ମଲ୍ଲିକ, କିଶୋର ମିଶ୍ର, ଚନ୍ଦ୍ର ଶେଖର ବାଗ,ରମେଶ ମହାପାତ୍ର,ସୌଭାଗ୍ୟ ନାଏକ, ମିନାକ୍ଷୀ ମିଶ୍ର ଉପସ୍ଥିତ ରହି ଶୁଭେଚ୍ଛା ଜଣାଇ ଥିଲେ ଅନ୍ୟ ସଂଗଠନ ମଧ୍ୟରେ ବସ୍ ୟୁନିଅନ,ଟ୍ରକ ୟୁନିଅନ, ସମଲେଶ୍ଵରୀ ସଂଘ, ସୋସିଆଲ କ୍ଲବ,ଓକିଲ ସଂଘ, ସାମ୍ବାଦିକ ସଂଘ, କ୍ରୀଡା ସଂସଦ,କଳାକାର ସଂଘ, ବରିଷ୍ଠ ନାଗରିକ ସଂଘ,ମାରୱାଡି ୟୁଵା ମଞ୍ଚ,ଜିଲ୍ଲା ଠିକାଦାର ସଂଘ,କୋଶଲ ସେନା, ସଂକଳ୍ପ ପରିବାର, ନିଷ୍ଠା ପରିବାର,କୋଶଲ ନାଇଟ ୟୁନିଅନ,ୱେଷ୍ଟଅନ ଓଡିଶା ୟୁଵା ମଞ୍ଚ ଓ ଅନ୍ୟାନ ସଂଗଠନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ। ଭବାନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Report : Bijay ku sahu
Edited by k.s thakur...



