୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ...

୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ...


ଆନନ୍ଦପୁର,୧୬/୦୩: ମଦନପୁର ପଞ୍ଚାୟତ ପାହାଡ଼ପୁରରେ ସ୍ୱତନ୍ତ୍ର ପୋଲିସ ଟିମ୍‌ର ଚଢାଉ । ଏହି ଚଢାଉରେ ୨୫୦ ଲିଟର ଦେଶୀ ମଦ ଜବତ ସହିତ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଗୋଟିଏ କାର୍‌ ମଧ୍ୟ ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଦନପୁର ପଞ୍ଚାୟତ ପାହାଡ଼ପୁରରେ ଏଭଳି ଘଟଣା ଘଟିଛି । 

Ad..


ସୂଚନା ଅନୁସାରେ, ମଦନପୁର ପଞ୍ଚାୟତ ପାହାଡ଼ପୁରରେ ଦୀର୍ଘ ଦିନ ଧରି ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଦେଶୀ ମଦ ବୋତଲରେ ଭର୍ତ୍ତି କରି ବାହାରକୁ ଚାଲାଣ ହୋଇ ଆସୁଥିଲା । ଉକ୍ତ ସ୍ଥାନରେ ପୋଲିସ ଚଢାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିଛି । 

               Ad..


ଏହା ସହ ଜଣଙ୍କୁ ଗିରଫ କରି ଗୋଟିଏ କାର୍‌ ମଧ୍ୟ ଜବତ କରିଛି ସ୍ୱତନ୍ତ୍ର ପୋଲିସ ଟିମ୍‌ । ତେବେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ବେଧଡ଼କ ଭାବରେ ମଦ କାରବାର ଚାଲିଥିବା ବେଳେ ପୋଲିସର ନୀରବତା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।



Edited by k.s thakur...



Post a Comment

Previous Post Next Post