ଶିକ୍ଷକ ବିଚାର ମଞ୍ଚ ପକ୍ଷରୁ ଏକ ଆଲୋଚନା ଚକ୍ର...

ଶିକ୍ଷକ ବିଚାର ମଞ୍ଚ ପକ୍ଷରୁ ଏକ ଆଲୋଚନା ଚକ୍ର...


ବରଗଡ଼,୧୬/୦୩ : "ସଂପ୍ରତି ବିଦ୍ଯାଳୟ ମାନଙ୍କରେ ପିଲାମାନଙ୍କ ସ୍ଥିତି ଓ ଗତି" ଉପରେ ଆଲୋଚକ ଶ୍ରୀ ପ୍ରଦେଶୀ ବାରିକଙ୍କ ସଂଯୋଜନାରେ ଶ୍ରୀ ଦାମୋଦର ସାହୁଙ୍କ ବାସ ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି।

Ad..


 ପିଲାମାନଙ୍କ ମଧ୍ଯରେ ଏଇ କିଛି ବର୍ଷହେଲା ଏକ ଅସ୍ବଭାବିକ ଆଚରଣ ଯେପରିକି ବାର୍ଷିକ ପରୀକ୍ଷାର ଶେଷ ଦିନରେ ଅଦିନିଆ ଫଗୁ ହୋଲିର ଆସର, ବିଦ୍ଯାଳୟର ଶେଷ ଦିନ ଏମିତିକା ସତ୍ଯନାରାୟଣ ପୂଜାର ରାତିରେ ଭୋଜି ଭାତର ପର୍ବ ପାଳନ, ଶିକ୍ଷକ ତଥା ଅଭିଭାବକ ମହଲରେ ଏକ ମୃଦୁଗୁଞ୍ଜରଣ ସୃଷ୍ଟି ହେଉଥିବା ଥିଲା ଆଜିର ଚର୍ଚ୍ଚାର ବିଷୟ।

              Ad..


ମଞ୍ଚରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ,କାରଣ ଖୋଜୁ ଖୋଜୁ ମୋବାଇଲକୁ ଲମ୍ବିଯାଏ ଆଂଗୁଠି, ପାଶ୍ଚାତ୍ଯ ଜୀବନ ଶୈଳୀର ପ୍ରଭାବ, ବିଖଂଣ୍ଡିତ ପାରିବାର,ଆଉ ଅସନ୍ତୁଳିତ ଆହାର ବିହାର ସାଙ୍ଗକୁ ଚାପଗ୍ରସ୍ତ ଶୈକ୍ଷିକ ପରିବେଶର  ଫଳ ସ୍ବରୂପ ଗୁରୁଜୀ ଗୁରୁମାଠାରୁ ହେଲୋ ହାଏ ମେମ୍ ,ସାର୍ ପର୍ଯ୍ଯନ୍ତ। ସମୟର ଯଥେଷ୍ଟ ପୂର୍ବରୁ ପିଲାଂକ ମାନସିକ ଶାରୀରିକ ଆବେଗିକ ବିକାଶ ଘଟି ସ୍ଥିତିକୁ ଅଣାୟାତ୍ତକରୁଥିବା ମନେହୁଏ। ବୁଦ୍ଧିଜୀବୀ ମହଲରେ ଏସବୁ ଉପରେ ବିଶେଷ ବିଚାର ବିମର୍ଷର ଆବଶ୍ଯକତା ରହିଛି , ପିଲାଂକ ଶୈକ୍ଷିକ ପରିବେଶ ସେମାନଂକ ସୃଜନଶୀଳତାରେ ବାଧକ ନ ସାଜୁ। ମୋବାଇଲକୁ ଏକ ଶିକ୍ଷଣ ସାମଗ୍ରୀ ଭାବରେ ବ୍ଯବହାର କରାଯାଉ ଯେମିତିକା ଏ ଅଦିନିଆ ହୋଲି ଖେଳରୁ ରକ୍ଷା କରିହେବ ଭବିଷ୍ଯତ ନାଗରିକଙ୍କୁ।

ଶିକ୍ଷକ ଗୌରୀ ଶଂକର ପଣ୍ଡା, ପ୍ରଦେଶୀ ବାରିକ, ସୁବାସ ଚନ୍ଦ୍ର ସାହୁ,ଦିଲ୍ଲୀପ ଚନ୍ଦ୍ର ମହାପାତ୍ର,ପ୍ରଦୀପ ପ୍ରଧାନ , ପଂଚାନନ ବାରିକ, ଦାମୋଦର ସାହୁ ତଥା ଶିକ୍ଷୟିତ୍ରୀ ରଶ୍ମୀରେଖା ସାହୁ ଆଦି ଏହି ପରି ଏକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜ ମତାମତ ପ୍ରତିପାଦନ କରିଥିଲେ।ଶେଷରେ ଦିଲ୍ଲୀପ ଚନ୍ଦ୍ର ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post