ଏନଏଚଏମ ଅଫିସ ରେ ତାଲା : ଆନ୍ଦୋଳନରେ ସମସ୍ତ କର୍ମଚାରୀ...
ଭୁବନେଶ୍ୱର,୧୩/୦୩ :- ସ୍ଥାୟୀ ନିଯୁକ୍ତି ଦାବିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶାର ପ୍ରତ୍ୟେକ ଜିଲାରେ ସ୍ଵାସ୍ଥ୍ୟ ବିଭାଗରେ ନାନା ସମସ୍ୟା ପରିଲକ୍ଷିତ ହୋଇଛି।
Ad..
ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟ ଏବେ ବନ୍ଦ ହୋଇଯାଇଛି। ଓଡ଼ିଶାର ପ୍ରତ୍ୟେକ ଜିଲାରୁ କର୍ମଚାରୀମାନେ ଚାରି ଦିନ ଧରି ଭୁବନେଶ୍ୱରରେ ଧାରଣା ଦେଇଛନ୍ତି। ବଲାଙ୍ଗୀର ଜିଲାରୁ ମଧ୍ୟ ସମସ୍ତ ଏନଇଚଏମ ଠିକା କର୍ମଚାରୀ ରାଜଧାନୀ ଭୁବନେଶ୍ୱର ଠାରେ ବିଶାଳ ଗଣ ଧାରଣାରେ ସାମିଲ ହୋଇଛନ୍ତି।
Ad..
ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏନଏଚଏମ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଜିଲାରେ କାର୍ଯ୍ୟକାରୀ ହେଉଥିବା ୧୭ଟି ସ୍ଵାସ୍ଥ୍ୟ ଯୋଜନା ପରିଚାଳନା କ୍ଷେତ୍ରରେ ଏବେ ନାନା ସମସ୍ୟା ପରିଲକ୍ଷିତ ହୋଇଛି। ସେମାନଙ୍କ ଆପତ୍ତି ଅନୁସାରେ ୨୦୦୫ ମସିହାରୁ ଏହି ଠିକା କର୍ମଚାରୀମାନେ ସ୍ଵଳ୍ପ ବେତନରେ କାର୍ଯ୍ୟ କରୁଛନ୍ତି।
ବାରମ୍ବାର ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଇ ନାହିଁ କିମ୍ବା ଦରମା ମଧ୍ୟ ବୃଦ୍ଧି ହୋଇନଥିବା କର୍ମଚାରୀମାନେ କହିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ତେବେ ଏ ସମ୍ପର୍କରେ ଏନଏଚଏମ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ପଚାରିବାରୁ, ସେମାନଙ୍କ ଅନୁପସ୍ଥିତିରୁ ସମସ୍ୟା ତ ସୃଷ୍ଟି ହୋଇଛି। କୌଣସିମତେ ବିଭାଗ କାର୍ଯ୍ୟ ପରିଚାଳନା କରାଯାଉଥିବା ସେ ପ୍ରକାଶ କରିଛନ୍ତି।
Edited by k.s thakur...



