ବନ୍ୟଜନ୍ତୁ ଶିକାର ମହଙ୍ଗା ପଡିଲା, ଦୁଇ ଶିକାରୀ ଗଲେ ଜେଲ...

ବନ୍ୟଜନ୍ତୁ  ଶିକାର ମହଙ୍ଗା ପଡିଲା, ଦୁଇ ଶିକାରୀ ଗଲେ ଜେଲ...


ପାଇକମାଲ,୧୩/୦୩ : ନୃସିଂହନାଥ ରେଞ୍ଜ ଅଞ୍ଚଳରେ ଗନ୍ଧମାର୍ଦ୍ଦନ ଜଙ୍ଗଳରୁ ଏକ ବନ୍ୟଜନ୍ତୁ "ସମ୍ବର" ଶିକାର କରି ଜେଲ ଯାଇଥିବା ଭଳି ଏକ ସମ୍ବେଦନଶିଳ ଘଟଣାର  ଚର୍ଚ୍ଚା ଅଞ୍ଚଳରେ ବେଶ ପ୍ରଭାବ ପଡିଛି। 

Ad..


ନୃସିଂହନାଥ ରେଞ୍ଜ ଅଞ୍ଚଳର ଖଣ୍ଡିଝରଣ ଗ୍ରାମର ଦୁଇ ଜଣ ଶିକାରୀ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ବନ୍ୟଜନ୍ତୁ ଙ୍କୁ ପିଇବାପାଣି ଦେଇ ଫାସ ପକାଇ ପ୍ରାୟ ୪ବର୍ଷର ଏକ ସମ୍ବରକୁ ମାରିଥିଲେ।ଏହା ପରେ ଆଣି ଖଳାରେ ମାଂସ କାଟୁଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଶିକାରୀଙ୍କୁ ମାଡି ବସିଥିଲେ।

    Ad..


ସେମାନଙ୍କ ଠାରୁ କଟା ମାଂସ ସହ ଏକ ମୁଣ୍ଡ ଓ ଲାଞ୍ଜ ମଧ୍ୟ ଜବତ କରିଥିଲେ।ଶିକାରୀମାନେ ଖଣ୍ଡଝରଣ ଗ୍ରାମର ଶୁକ୍ରୁ ଭୁଏ ଓ ନକୁଲ ମଲ୍ଲିକ ଙ୍କୁ ଗିରଫ କରି ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କୋର୍ଟ ଚାଲାଣ କରିଛନ୍ତି।

ସେମାନଙ୍କ ଜାମିନ  ନାମଞ୍ଜୁର ହୋଇଯିବାରୁ ଜେଲଯାତ୍ରା କରିଛନ୍ତି। ଏହି ଚଢାଉରେ ରେଞ୍ଜର ହୃଦାନନ୍ଦ ମିଶ୍ର, ଫରେଷ୍ଟର ଉଦ୍ଧବ ପ୍ରଧାନ,ଫରେଷ୍ଟ ଗାର୍ଡ ଶାନ୍ତନୁ ପ୍ରଧାନ,ଦିବ୍ୟରଞ୍ଜନ ହାତୀ, ପିତାମ୍ବର ଡ଼ନସନା ପ୍ରମୁଖ ସାମିଲ ହୋଇଥିଲେ।ଏହା ଦ୍ବାରା ଅଞ୍ଚଳରେ ଜଙ୍ଗଲି ଶିକାର କରୁଥିବା ଶିକାରୀ,ବ୍ୟକ୍ତି ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post