ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବରଗଡ଼ ଆନୁକୁଲ୍ୟରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭ୍ୟମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ...
ବରଗଡ଼,୧୩/୦୩ : ବୁଧବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବରଗଡ଼ ଆନୁକୁଲ୍ୟରେ ବରଗଡ଼ ସ୍ଥିତ ଉପ-ନିର୍ଦେଶକ ବୟନଶିଳ୍ପଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବରଗଡ଼ ସବ୍ ଡ଼ିଭିଜନ ଅନ୍ତର୍ଗତ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସଭ୍ୟମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମଞ୍ଜୁ ଏକ୍କା ଯୋଗଦେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସମେତ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ୟା ସନ୍ତୋଷିନି କର ମିଶନ ବାତ୍ସଲ୍ୟ ଅନ୍ତର୍ଗତ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ସ୍କିମ୍ ଉପରେ ଆଲୋଚନା କରିଥିଲେ ଓ ସଭ୍ୟା ମମତା ମେହେର ଶିଶୁ ଅଧିକାରରେ ଶିଶୁ ମଙ୍ଗଳ ସମିତିର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।
Ad..
କିଶୋର ନ୍ୟାୟ ବୋର୍ଡର ସଭ୍ୟା ଶ୍ରୀମତୀ ନିର୍ଜନା ମାହାର ଆଇନ ସହ ଦ୍ବନ୍ଦରେ ଥିବା ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କର ଥଇଥାନ ଉପରେ ବକ୍ତବ୍ୟ ରଖିଥିଲେ । କିଶୋର ନ୍ୟାୟ ବୋର୍ଡର ସଭ୍ୟ ପ୍ରୟାସ ଦାଶ କିଶୋର ନ୍ୟାୟ ଆଇନ 2015 ଉପରେ ଏକ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଆନୁଷ୍ଠାନିକ ଯତ୍ନ ଓ ସୁରକ୍ଷା ଅଧିକାରୀ ଶ୍ରୀ ତପନ କୁମାର ପାତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଯତ୍ନ ଉପରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ।
ଚାଇଲ୍ଡ ହେଲ୍ପ ଲାଇନର ପ୍ରକଳ୍ପ ସଂଯୋଜକ ଶ୍ରୀ ସଞ୍ଜୟ ଶତପଥୀ ଶିଶୁ ସୁରକ୍ଷାରେ ଚାଇଲ୍ଡ ହେଲ୍ପ ଲାଇନର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଉକ୍ତ କର୍ମଶାଳାକୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ଜୟନ୍ତୀ ହିଆଲ, ଅଭିଷେକ ବିଶ୍ଵାଳ, ଜିତେନ୍ଦ୍ର ସା, ମନିଷା ନାଗ, ବବିତା ରାଉତ ଏବଂ ଚାଇଲ୍ଡ ହେଲ୍ପ ଲାଇନର କର୍ମଚାରୀ ଲଳିତ ମୋହନ ପ୍ରଧାନ, ଆକାଶ ପ୍ରଧାନ, ନୈମିଶ ପ୍ରଧାନ ପ୍ରଭୃତି ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...



