ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କର ସଂଖ୍ୟା କେତେ: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କର ସଂଖ୍ୟା କେତେ: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ...


ଭୁବନେଶ୍ବର,୧୩/୦୩ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ୧,୮୧୮ ଜଣ କାର୍ଯ୍ୟରତ ସାମ୍ବାଦିକ ରହିଛନ୍ତି ବୋଲି ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।

Ad..


ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା କେତେ ଏବଂ ସେମାନଙ୍କର ନାମ ଓ ସେମାନେ କେଉଁ ସଂସ୍ଥାରେ କାମ କରୁଛନ୍ତି, ତାହାର ଏକ ତାଲିକା ଜିଲ୍ଲାୱାରୀ ପ୍ରଦାନ କରିବେ କି ? ସେମାନଙ୍କର ସୁବିଧା ଓ ସୁରକ୍ଷା ଦେବାପାଇଁ ସରକାରଙ୍କ କିଛି ବ୍ୟବସ୍ଥା ରହିଛି କି ?

    Ad..


ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ସହିତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଯୋଗ୍ୟ ଆବେଦନକାରୀଙ୍କୁ ନିୟମ ମୁତାବକ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି।

ରାଜ୍ୟରେ ପ୍ରଚଳିତ ଆଇନ ଅନୁଯାୟୀ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ସବୁବେଳେ ସମ୍ବେଦନଶୀଳ ଅଛନ୍ତି ଏବଂ ଏହାକୁ ନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।



Edited by k.s thakur...


Post a Comment

Previous Post Next Post