କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ରେ ଉଲ୍ଲାସ ପରୀକ୍ଷା...
କଣ୍ଟାବାଞ୍ଜି,୨୩/୦୩ : ଆଜି ସ୍ଥାନୀୟ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଭାରତ ସରକାରଙ୍କ ଉଲ୍ଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Ad..
ଉକ୍ତ କାର୍ଯ୍ୟକ୍ରମ ରେ ୧୫ ବର୍ଷ ବୟସ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯେଉଁ ମାନେ ସ୍ୱାକ୍ଷର ନାହାନ୍ତି ସେମାନେ ନିଜ ନିଜ ସାହି ରେ ଥିବା ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ଦେଇଥିଲେ।ଉକ୍ତ କାର୍ଯ୍ୟ କ୍ରମ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସବୁ ବିଦ୍ୟାଳୟ କୁ ଯାଇ ନିରୀକ୍ଷଣ କରିଥିଲେ।
Ad..
ତତ୍ ସହିତ ଶିକ୍ଷୟତ୍ରୀ ପୂଜା ଜାଲ,କନ୍ତିଲତା ବର୍ଗେ, ସବିତା ପାଣିଗ୍ରାହି, ନିରୁପମା ମିଶ୍ର, ଲାବଣ୍ୟ ବତି ଧରୁଆ, ଜୟନ୍ତୀ ଷଡ଼ଙ୍ଗୀ, ସୁଭାଷିନୀ ମେହେର, ଭାରତୀ ଦାସ, କୁସୁମ ମଞ୍ଜରି ନାଗ, ସୁରେନ୍ଦ୍ର ମାଝୀ, ନମିତା ପାଣିଗ୍ରାହି, ଅଞ୍ଜଳି ନାୟକ, ସ୍ଵର୍ଣ୍ଣ ଲତା ଦାସ, ନିବେଦିତା ଦାସ, ସୁନୀତା ମେହେର, ବୀଣାପାଣି ଦାସ, ପରୀକ୍ଷା ନିରୀକ୍ଷକ ଭାବେ ସୁଚାରୁ ରୂପେ ନିଜ ନିଜ ବିଦ୍ୟାଳୟ ରେ କାର୍ଯ୍ୟ ତୁଲାଇ ଥିଲେ।
Edited by k.s thakur...



