ଗୁରୁଣ୍ଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ...

ଗୁରୁଣ୍ଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ...


ବଙ୍ଗୋମୁଣ୍ଡା,୨୫/୦୩ :- ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଗ୍ରାମ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ନିକଟସ୍ଥ ଜଳାଶୟରୁ ପୂର୍ଣ୍ଣ ଜଳ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କଲାପରେ ନାମଯଜ୍ଞ ଆରମ୍ଭ ହୋଇଥିଲା।

Ad..


ଆଧ୍ୟାତ୍ମିକ ଚେତନା ଓ ରାମ,କୃଷ୍ଣ ଙ୍କ ଭକ୍ତିରସ ଜାଗ୍ରତ ଓ ଶ୍ରବଣ ଉଦେଶ୍ୟରେ ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି।ଷୋହଳ ପ୍ରହରୀ ନାମଯଜ୍ଞରେ ପୂଜାକର୍ତ୍ତା ଭାବେ ଈଶ୍ୱର ସାହୁ ଓ  ସହ ଧର୍ମିଣୀ ସନ୍ତରା ସାହୁ ଏବଂ  ପୂଜକ ଭାବେ ପଣ୍ଡିତ ଡ଼ଃ ନାରାୟଣ ମିଶ୍ର,ଜପକ ପୁରୁଷୋତ୍ତମ ଦାସ, କିଶୋର ଦାସ,ଗୁଣମଣି ଦାସ ଦାୟିତ୍ୱ ତୁଲାଉଛନ୍ତି। 

    Ad..


ନାମଯଜ୍ଞ ଆୟୋଜକ କମିଟିର ସଭାପତି ପିଲାବାବୁ ସାହୁ,ସମ୍ପାଦକ ପାଣ୍ଡବ ସାହୁ,କୋଷାଧ୍ୟକ୍ଷ ତିଲ ସାହୁ,ଉପସଭାପତି ବୀରମିତ୍ର ସାହୁ,ଧନମତ ସାହୁ,ଜେମନ୍ତ ସାହୁ,ଉଦେନାଥ ସାହୁ,ସହଦେଵ ସାହୁ,ଭୋଳାନନ୍ଦ ସାହୁ,ରାମପ୍ରତାପ ସାହୁ ତଥା କମିଟି ସଦସ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ନାମଜଜ୍ଞରେ ଅମିତ ସାହୁ,ପଦୁଲାଲ ସାହୁ,ଗୁପ୍ତେଶ୍ଵର ସାହୁ,କୁଶଧ୍ଵଜ ସାହୁ,ମାୟାଧର ସାହୁ,ମାଣିକ୍ୟ ସାହୁ,ଶ୍ରୀପତି ସାହୁ,ଜଗଦୀଶ ସାହୁ, କପେଶ୍ୱର ସାହୁ,କାମଦେବ ସାହୁ,ଲକ୍ଷ୍ମଣ ସାହୁ,ମଣ୍ଟୁ ସାହୁ,ପ୍ରମୋଦ ସାହୁ ଓ କମିଟି କର୍ମକର୍ତା ସହଯୋଗ କରିଥିଲେ।ଭାଲୁକଟା,ଛୁରିଆଗଡ଼,ଜଡ଼ାଗୁଡ଼ା, ଅର୍ଶାତୁଲା,ଚାହାଁରପାଲି,ବଗଲାବନ୍ଧ, ଖୁଟୁଲୁମୁଣ୍ଡା,ଗମ୍ଭାରୀଗୁଡ଼ା,କନ୍ଦେଇମାଲ ର ସଂକୀର୍ତ୍ତନ୍ୟ ଦଳ ଗୁଡିକ ସାମିଲ ହୋଇଥିଲେ।



Edited by k.s thakur...


1 Comments

Previous Post Next Post