୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା; ୨୭ରେ ବିପ୍ଲବ କରିବ କଂଗ୍ରେସ...

୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା; ୨୭ରେ ବିପ୍ଲବ କରିବ କଂଗ୍ରେସ...


ଭୁବନେଶ୍ୱର,୨୫/୦୩ : ବିଧାନସଭା ଗୃହରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।ବିଧାନସଭା ଅଚଳ ହେବା ବାବଦରେ ମତ ରଖି ଭକ୍ତ  କହିଛନ୍ତି ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ । 

Ad..


ହାଉସ୍ କମିଟି ଗଠନ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା। ହାଉସ କମିଟି ଗଠନ କରିଥିଲେ ଗୃହ ଭଲରେ ଚାଲିଥାନ୍ତା । ୨୭ରେ ବିପ୍ଳବ କରିବ କଂଗ୍ରେସ, ଆପଣମାନେ ନିଶ୍ଚୟ ଦେଖିବେ ବୋଲି କହିଛନ୍ତି ଭକ୍ତ।

    Ad..


ଏହା ସହ ବିଜେଡିକୁ ମଧ୍ୟ ଟାର୍ଗେଟ କଲେ ଭକ୍ତ କହିଛନ୍ତି ବିଜେଡି ଦାବି କରିଥିଲେ ହାଉସ କମିଟି କରିବାକୁ ସରକାର ବାଧ୍ୟ ହୋଇଥାନ୍ତେ ।ସେହିପରି ନିଲମ୍ବନରୁ ବର୍ତ୍ତି ଯାଇଥିବା ତାରା ବାହିନୀପତିଙ୍କ ଗୃହରେ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଗଣତନ୍ତ୍ରକୁ ହତ୍ୟା କରାଯାଇଛି।

ଏହା ଇତିହାସ ହୋଇ ରହିବ । ଏହାକୁ ଆମେ ବରଦାସ୍ତ କରିବୁନି, ଭୟ କରୁନୁ, ଲଢ଼େଇ କରିବୁ । ପିସିସି ସଭାପତି, ନେତା ଯାହା ନିଷ୍ପତ୍ତି ନେବେ କରିବୁ । ଆମ ଆଚରଣ ଯଦି ଅଶୋଭନୀୟ, ଗତ ୫ ବର୍ଷରେ କଣ କରିଥିଲେ । ୨୭ରେ ବିଧାନସଭା ଘେରାଉ କରିବୁ, ଜୋରଦାର ଲଢ଼େଇ କରିବୁ ।

ସୂଚନା ଯୋଗ୍ୟ; ବିଧାନସଭା ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରାଯାଇଛି।



Edited by k.s thakur...



Post a Comment

Previous Post Next Post