ବରଗଡ଼ ମହିଳା ସମିତି ର ନୂତନ କର୍ମକର୍ତ୍ତା ନିର୍ବାଚନ...

ବରଗଡ଼ ମହିଳା ସମିତି ର ନୂତନ କର୍ମକର୍ତ୍ତା ନିର୍ବାଚନ...


ବରଗଡ଼,୨୬/୦୩ : ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ବରଗଡ଼ ମହିଳା ସମିତି ର ଆଜି ଅନୁଷ୍ଠିତ ବାର୍ଷିକ ସାଧାରଣ ପରିଷଦ ବୈଠକରେ ୨୦୨୫-୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

Ad..


ସମିତିର ନୂତନ କର୍ମକର୍ତ୍ତା ଭାବରେ ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାସ, କୋଷାଧ୍ୟକ୍ଷା ମମତା ମିଶ୍ର, ଉପସଭାନେତ୍ରୀ ମାମୀ ମିଶ୍ର, ସହ ସମ୍ପାଦିକା ସଂଗୀତା ଗୁପ୍ତା ଓ କାର୍ଯ୍ୟାଳୟ ପ୍ରମୁଖ ଭାବରେ ଜୟଗିତା ପଣ୍ଡା ମନୋନୀତ ହୋଇଛନ୍ତି । 

     Ad..


ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟା ଭାବରେ ସଂଘମିତ୍ରା ପଟେଲ, ବାସନ୍ତୀ ଗଡତିଆ, ରାଧାରାଣୀ ମିଶ୍ର, ମନ୍ଦାକିନୀ ପତି, ସୁନୀତା କର, ପ୍ରୀତି ଗୁରୁ, ସୁଜାତା ପ୍ରଧାନ, ସୁଷମା ପଣ୍ଡା ଏବଂ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବରେ ବରିଷ୍ଠ ସଦସ୍ୟା ଡ଼ା କମଳିନୀ ଶତପଥୀ, କନକ ପ୍ରଧାନ, ଭଗ୍ୟଲକ୍ଷ୍ମୀ ଦୋରା ପ୍ରମୁଖ ମନୋନୀତ ହୋଇଛନ୍ତି । 

ବରିଷ୍ଠ ସଦସ୍ୟା ଗୀତା ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ବିଦାୟୀ ସଭାନେତ୍ରୀ ହରଜିନ୍ଦର୍ କୌର ଓ  ବିଦାୟୀ ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ଜନସ୍ବାର୍ଥ ରକ୍ଷା ପାଇଁ ବରଗଡ଼ ମହିଳା ସମିତି ତାହାର ସେବା ଆଭିମୁଖ୍ୟ ବଜାୟ ରଖିବା ସାଙ୍ଗକୁ ବିଭିନ୍ନ ମହିଳା ସଙ୍ଗଠନକୁ ନେଇ ଆଗାମୀ ଦିନରେ ସହଯୋଗ ଆଭିମୁଖ୍ୟରେ ଅଧିକ ସକ୍ରିୟ ରହିବ ବୋଲି ନବ ନିର୍ବାଚିତ ସଭାନେତ୍ରୀ ଅଞ୍ଜନା ଦାସ ସୂଚନା ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post