ବାନ୍ଧନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...
କଣ୍ଟାବାଞ୍ଜି,୨୫/୦୩ : କାଦୋବେଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାନ୍ଧନପାଲି ପରିସରରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ବିଦ୍ୟାଳୟର ପ୍ରଧାନ ଶିକ୍ଷୟ ସତ୍ୟ ପ୍ରକାଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଇନ୍ଦ୍ରମଣି ସାହୁ,ମୁଖ୍ୟ ଅତିଥି, ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା, କାଦୋବେଡା ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ମାନ୍ଦଲା ସିଆରସିସି ଧନସିଂ ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଛବିଳ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।ମା ସରସ୍ଵତୀ ଓ ଗଣେଶଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପଦୀପ ଦେଇ ଅତିଥି ବୃନ୍ଦ ପୂଜାର୍ଚ୍ଚନା କରିଥିଲେ।
Ad..
ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିଲେ ସେମାନଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ଶିକ୍ଷୟିତ୍ରୀ ତିଳୋତ୍ତମା ଜାନୀ ସ୍ୱ।ଗତ ଅଭିଭାଷଣ, ଶିକ୍ଷକ ଚିତ୍ତରଞ୍ଜନ ସ୍ୱ।ଇଁ ବିବରଣୀ ପଠନ,ଶିକ୍ଷକ ଲିଙ୍ଗରାଜ ମୁଟକିଆ ସଭା ପରିଚାଳନା, ଲିଜା ଭିତରିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଓ ଶିକ୍ଷକ ବାବୁଲାଲ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।
ଲୁଚି ଯାଉଥିବା ସଂସ୍କୃତି କୁ ସ୍ମୃତି ଚାରଣ କରିବା ପୂର୍ବକ ଛାତ୍ରଛାତ୍ରୀମାନେ ବିଭିନ୍ନ ପୋଷାକ ପିନ୍ଧି ସଂସ୍କୃତି ଓ ପରମ୍ପରାର ଝଲକ ଦେବା ସହିତ ହାତରେ ତିଆରି କରିଥିବା ଖେଳନା ପ୍ରଦର୍ଶନ କରିଥିଲେ।ଏହି ଉତ୍ସବରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...



