ଟାଟା କମ୍ପାନୀ ର ଗୁଣ୍ଡାଗର୍ଦି ବିରୁଦ୍ଧରେ ଆନ୍ଦୋଳନ ଦାନା ବାନ୍ଧୁଛି...
ଅମ୍ବାଭୋନା,୨୫/୦୩ :- ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଉତ୍ତମ ଶିବ ମନ୍ଦିର ଠାରେ ବାରପାହାଡ଼ କୃଷକ ସଙ୍ଗଠନ ଏବଂ ଲାଳବହାଦୁର କୃଷକ ସଂଗଠନ ଏବଂ ଅମ୍ବାଭାନା ବ୍ଲକ ର କୃଷକ ମାନଙ୍କ ଏକ ଜରୁରୀ ବୈଠକ ବସିଥିଲା।
Ad..
ବୈଠକ ରେ ବକେୟା ବିଦ୍ୟୁତ ବିଲ ଦେଇ ନ ପରିଲେ ଲାଇନ କଟିବା ଘଟଣା କୁ ଅତି ଗମ୍ଭୀର ଭାବରେ ବିଚାର କରି ମନ୍ତ୍ରୀ ଏମ ଏଲ ଏ ଙ୍କ ନିଷ୍ପତ୍ତି ବିରୋଧ ରେ କମ୍ପାନୀ କାହା ତାକତ ରେ ଏହି ପରି ପଦକ୍ଷେପ ନେଉଛନ୍ତି ବୋଲି ଏଠାରେ ପ୍ରଶ୍ନ କରାଯାଇଛି।
Ad..
ପ୍ରକାଶ ଥାଉ କି ଜରିମୂଲୀ ଗ୍ରାମ ର ସୌଦାଗର କୁଆଁର ଙ୍କ ଲାଇନ କଟିବା ପରେ ଈଶାନ୍ତ ଭୋଇ ଟାଟା ପାୱାର ର ଜେ ଇ ଙ୍କୁ କାହିଁକି ଲାଇନ କାଟିଲ ବୋଲି ପ୍ରଶ୍ନ କରିବାରୁ ତାହାକୁ ନିସ୍ତୁକ ମାଡ ମାରିବା ଘଟଣା କୁ ତୀବ୍ର ନିନ୍ଦା କରାଯାଇଛି।
କମ୍ପାନୀ କର୍ମଚାରୀ ମାନେ ମାଡ ମାରିବା ପରେ ପୁଣି ତାଙ୍କର କାର୍ଯ୍ୟକୁ ଉଚିତ ପଦକ୍ଷେପ ନେଇଥିବା ଖବର କାଗଜ ରେ ପ୍ରକାଶ କରିବା ଏବଂ ଥାନା ରେ ଉଦେଶ୍ୟ ମୂଳକ ଭାବେ କେଶ ଦାଏର କରିବା ଆହୁରୀ ଏକଛାତ୍ରବାଦ ର ଏହା ନିଚ୍ଛକ ନମୁନା ଅଟେ ବୋଲି ସଭାରେ ଆଲୋଚନା ହୋଇଛି।
ଗତ କାଲି ଟି ପି ଡବ୍ଲୁ ଓ ଡି ଏ ଏଲ ତରଫରୁ ପ୍ରେସ ବାର୍ତ୍ତା ରେ ଗଣମାଧ୍ୟମ ରେ ବିଭ୍ରାନ୍ତି ଖବର ବାହାରିଥିବା ପ୍ରକାଶ କରି ଗଣତାନ୍ତ୍ରିକ ଆନ୍ଦୋଳନ ଏବଂ ନିରପେକ୍ଷ ସାମ୍ବାଦିକ କୁ ମଧ୍ୟ୍ୟ କଣ୍ଠରୋଧ କରିବା ପାଇଁ ଚେଷ୍ଟା ବୁଦ୍ଧିଜୀବି ମହଲରେ ଗଭୀର ଚକ୍ରାନ୍ତ ଚାଲୁଥିବା ସଭାରେ ମତପ୍ରକାଶ ପାଇଛି।
ବୈଠକ ରେ ଉପେନ୍ଦ୍ର ଦାସ, କୀର୍ତ୍ତି ଦୁଆନ, ସତ୍ୟ ଭୂଷଣ ସାହୁ, ହୀରାଧର ସାହୁ, ଛନ୍ଦାଚରଣ ଭୋଇ, ଇନ୍ଦଜିତ ବିଶି, ଇମାନୁଆଲ ରଣବୀର, ନେତ୍ରାନନ୍ଦ ପୁରୋହିତ, ମନୋହର ପଧାନ, ଜୟ ପ୍ରକାଶ ବେହେରା, ଅଭିମନ୍ୟୁ ପଧାନ, ମହେନ୍ଦ୍ର ଦେହେରୀ, ଈଶାନ୍ତ ଭୋଇ, ସୌଦାଗର କୁଆଁର ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର, ରବିଶଙ୍କର ପଧାନ, ଥବିର ସାହୁ, ତପନ ମିଶ୍ର, କାରଣ ସାହୁ, ସୁରେଶ ନିକେଣ୍ଟି ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



