ଧାନ୍ଦୁପାଲି ବିଦ୍ୟାଳୟର ବାର୍ଷିକୋତ୍ସବ...

ଧାନ୍ଦୁପାଲି ବିଦ୍ୟାଳୟର ବାର୍ଷିକୋତ୍ସବ...


ପଦ୍ମପୁର/ପାଇକମାଲ,୨୪/୦୩ : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ  ଗ୍ରାମ ପଞ୍ଚାୟତ ଅଧିନସ୍ଥ ଧାନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Ad..


ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତ ର ଯୁବ ସରପଞ୍ଚ ଦିଲ୍ଲୀପ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସ୍କୁଲ ଚେୟାରମ୍ଯାନ ପ୍ରକାଶ ଥପା, ୱାର୍ଡ଼ ସଭ୍ୟା ସସ୍ମିତା ପାଣିଗ୍ରାହୀ ଯୋଗ ଦେଇଥିଲେ।

    Ad..


ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀଷ୍ମ ଦେବ ସାହୁ ସଭାପତିତ୍ବ କରିଥିଲେ ଏବଂ ସହକାରୀ ଶିକ୍ଷକ ଶୁକ୍ରୁ ସାହୁ ସଭା ପରିଚାଳନା କରିଥିଲେ ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା।ଶେଷରେ ଗ୍ରାମ ର ଭଦ୍ରବ୍ୟକ୍ତି ବଳରାମ ପୁରୋହିତଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post