ଗୌସେବା ସହିତ ଶ୍ରୀ ରାମ ନବମୀ ପାଇଁ ଧ୍ଵଜା ନିର୍ମାଣ କାର୍ଯ୍ୟରେ ଗୌସେବା ମହିଳା ମଣ୍ଡଳ...

ଗୌସେବା ସହିତ ଶ୍ରୀ ରାମ ନବମୀ ପାଇଁ ଧ୍ଵଜା ନିର୍ମାଣ କାର୍ଯ୍ୟରେ ଗୌସେବା ମହିଳା ମଣ୍ଡଳ...


କଣ୍ଟାବାଞ୍ଜି,୨୧/୦୩ : ଶ୍ରୀ ରାମ ନବମୀ ଉତ୍ସବ ପାଇଁ ଚଳ ଚଞ୍ଚଳ କଣ୍ଟାବାଞ୍ଜି ସହର। ପ୍ରତ୍ୟେକ ବର୍ଷ ଅନୁଯାଇ ଏହି ବର୍ଷ ମଧ୍ଯ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯିବ ଶ୍ରୀ ରାମ ନବମୀ ଉତ୍ସବ।

Ad..


ଏହି ଉତ୍ସବ କୁ ନେଇ ସ୍ଵେଚ୍ଛା କୃତ୍ ଭାବରେ ଅନେକ ଲୋକ,ଯୁବକ, ବୟୋଜ୍ୟେଷ୍ଠ  ଶ୍ରୀ ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସହରେ ଝଣ୍ଡା ତୋରଣ ବନ୍ଧା କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି। 

     Ad..


ସେହିପରି କଣ୍ଟାବାଞ୍ଜି ରୋଡ ନମ୍ବର ୪ ସ୍ଥିତ ଗୋଟିଏ ଛୋଟ ଗୌଶାଳା କିଛି ମହିଳା , ପୁରୁଷ ,ଝିଅ ମିଶି ନିର୍ମାଣ କରିଛନ୍ତି ଓ ଗୌସେବା କରି ଆସୁଛନ୍ତି। ଗୌସେବା ସହିତ ଶ୍ରୀ ରାମ ନବମୀ ଉତ୍ସବ ପାଳନ କରିବା ପାଇଁ ଝଣ୍ଡା ନିର୍ମାଣ କାର୍ଯ୍ୟରେ ସ୍ଵେଚ୍ଛା କୃତ୍ ଭାବରେ ନିୟୋଜିତ ହୋଇଛନ୍ତି ଗୌସେବା ମହିଳା ମଣ୍ଡଳ। ବର୍ତ୍ତମାନ ସୁଦ୍ଧା ୩ ହଜାର ରୁ ଊର୍ଦ୍ଧ୍ବ ଧ୍ଵଜା ନିର୍ମାଣ କରିଛନ୍ତି। ଧ୍ଵଜା ନିର୍ମାଣ କରିବା ଅର୍ଥ ହେଲା ଯେ  ନିର୍ମାଣ କରାଯାଇଥିବା ଧ୍ଵଜା ରେ ବାଉଁଶ ଲଗେଇ ତାକୁ ପୂର୍ଣ୍ଣ ରୂପ ଦେବା। 

ଏହି କାର୍ଯ୍ୟ ରେ ଗୌସେବା ମହିଳା ମଣ୍ଡଳ ଟ୍ରଷ୍ଟ ସଭାପତି ମନୋଜ ଚିନାଗୁନ,ମହିଳା ମଣ୍ଡଳ ସଭାପତି ନନ୍ଦିନୀ ପାଣ୍ଡେ, ସିମ୍ରନ୍ କୌର୍,ଅନିତା ବାଗ,ରିନୁ ଚିନାଗୁନ୍, ଅଞ୍ଜୁ ତାଣ୍ଡି, ମୁଷ୍କାନ କୁମ୍ଭାର, ମଞ୍ଜୁ ତାଣ୍ଡି, ନୈନା ଭରଦ୍ୱାଜ୍,ଅମୃତ ବଞ୍ଛୋର,ସୁଜାତା,ହନି କୌର,ଶ୍ରୁତି ପାଣ୍ଡେ,ରାଧା ଚୀନାଗୁନ ପ୍ରମୁଖ ସ୍ଵେଚ୍ଛା କୃତ୍ ଭାବରେ ନିୟୋଜିତ ହୋଇଛନ୍ତି। ଏହି କାର୍ଯ୍ୟ କୁ କଣ୍ଟାବାଞ୍ଜି ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।



Edited by k.s thakur...

Post a Comment

Previous Post Next Post