ଆକାଶବାଣୀ ଶ୍ରୋତା ସଂଘର ୩୧ ତମ ବାର୍ଷିକ ଉତ୍ସବ...
(କଳା ଓ କଳାକାର ଙ୍କୁ ବଞ୍ଚାଇଛି ଆକାଶବାଣୀ)
ବରଗଡ଼,୦୯/୦୩ :- ଆକାଶବାଣୀର ବିକଳ୍ପ ନାହିଁ, କଳା ଓ କଳାକାର ଙ୍କୁ ବଞ୍ଚାଇବା ସହ ସେମାନଙ୍କ କଳା କୁ ଉଦ୍ଜୀବିତ ରଖିବା ପାଇଁ ଆକାଶବାଣୀର ଉଦ୍ୟମ ଅତୁଳନୀୟ ବୋଲି ଆକାଶବାଣୀ ଶ୍ରୋତା ସଂଘର ୩୧ ତମ ବାର୍ଷିକ ଉତ୍ସବରେ ରବିବାର ବକ୍ତାମାନେ ମତ ପ୍ରକାଶ ପାଇଛି।
Ad..
ଏହି ଅବସରରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ଗୋପବନ୍ଧୁ ପୁରୋହିତ ଓ ଅଶୋକ ସାହୁ ଙ୍କ ସଂଯୋଜନାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ଉତ୍ସବରେ ପ୍ରସାର ଭାରତୀର ପୂର୍ବତନ ସହକାରୀ ନିର୍ଦ୍ଧେଶକ ଅଶୋକ ପାଣିଗ୍ରାହୀ ମୁଖ୍ୟ ଅତିଥି, ପୂର୍ବତନ କାର୍ଯ୍ୟକ୍ରମ ନିଷ୍ପାଦକ ରନ୍ଦୀପ ପ୍ରଧାନ ମୁଖ୍ୟ ବକ୍ତା, ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍କ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସିନେ ଅଭିନେତ୍ରୀ ତପସ୍ୱିନୀ ଗୁରୁ, ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ଗୀତିକାର ଧନପତି ମହାପାତ୍ର, ସଂଘର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସାମ୍ବାଦିକ ଉମେଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଆକାଶବାଣୀ ର ଗୁରୁତ୍ବ ଉପରେ ଉଲ୍ଲେଖ କରିଥିଲେ।
Ad..
ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗତ ବିଷ୍ଣୁ ସାହୁ ଶ୍ରେଷ୍ଠ ଶ୍ରୋତା ସମ୍ମାନ ସମ୍ବଲପୁର ଜିଲା ମହୁକୁଦ ଗ୍ରାମର ନିୟମିତ ଶ୍ରୋତା ଅଚ୍ୟୁତାନନ୍ଦ ବିଶ୍ୱାଳ, ନାଟ୍ୟାଚାର୍ଯ୍ୟ ହରେକୃଷ୍ଣ ପୂଜାରୀ ସ୍ମୃତି ସମ୍ମାନରେ ବରଗଡ଼ ଜିଲା ଅମ୍ବାପାଲି ଗ୍ରାମର ସତ୍ୟ ନାରାୟଣ ପୋଢ଼, ସମାଜସେବୀ ସ୍ବର୍ଗତ ବିପିନ ବିହାରୀ ପ୍ରଧାନ ଙ୍କ ସ୍ମୃତିରେ ସମାଜସେବୀ ସମ୍ମାନ ରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ବ୍ଲକର ନୁଆଁପଡା ଗ୍ରାମର ବିରଞ୍ଚି ନାରାୟଣ ଦାଶ ଏବଂ ସ୍ବର୍ଗତ ଗୀତିକାର କ୍ଷିତିପତି ସାହୁ ଗୀତିକାର ସମ୍ମାନରେ ବରଗଡ଼ର ଧନପତି ମହାପାତ୍ର ଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଠିକ୍ ସେହିପରି ପୂର୍ବାଞ୍ଚଳ ରୁ ଆକାଶବାଣୀ କଟକ କେନ୍ଦ୍ର ର ଉଦ୍ଘୋଷକ ନଳିନୀ କାନ୍ତ ବିଶ୍ଵାଳ,ନିୟମିତ ଶ୍ରୋତା ଗରିବ ଖାନ ଓ ନାରାୟଣ ପ୍ରଧାନ ଙ୍କୁ ସ୍ବତନ୍ତ୍ର ଶ୍ରୋତା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ଏହି ଅବସର ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶରତ ଚନ୍ଦ୍ର ପାଢ଼ୀ ଙ୍କ ସ୍ଵାଗତ ସଙ୍ଗୀତ ପରିବେଷଣ ଓ ଉପସଭାପତି ସୁଦାମ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଂଗୀତା ଦୀପ ଓ ଉମେଶ ପ୍ରଧାନ , ସୁଜାତା ପଣ୍ଡା ଲକ୍ଷ୍ମଣ ସୁନା ପ୍ରମୁଖ କବିତା ପାଠ କରିଥିଲେ ।ସଂଘ ର ବରିଷ୍ଠ ସଦସ୍ୟ ଜଗନ୍ନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...



