ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସଚେତନତା ସଭା...

ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସଚେତନତା ସଭା...


ପଦ୍ମପୁର,୦୯/୦୩ :  ପଦ୍ମପୁର ନିକଟସ୍ଥ ଗୋଇବାହଳି କୁମୁଡି ଜୋର ଆମ୍ବ ବୁରାଇ ଠାରେ "ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସଚେତନତା ସଭା" ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଦ୍ମପୁର ଉପଖଣ୍ଡର ପାଇକମାଲ, ପଦ୍ମପୁର,  ଝାରବନ୍ଦ, ଗାଇସିଲାଟ ର ସତାଧିକ ଛାତ୍ର ଯୁବକ ଓ ମହିଳା ମାନେ ଯୋଗ ଦେଇ ଥିଲେ।
Ad..

ଏହି ସଚେତନ ସଭାରେ ବରଗଡ଼ ରୁ ଚାଷୀ ନେତା ଲିଙ୍ଗରାଜ ଭୁବନେଶ୍ୱର ରୁ ମୂଳ ନିବାସୀ ସମତା ପରିଷଦ ର ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ,SC ST ମିଳିତ ମଞ୍ଚର ପଦ୍ମପୁର ଉପଖଣ୍ଡର ସଭାପତି ଭୋଜରାଜ ବାଗ, ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ଉପଦେଷ୍ଟା  ମୁକେଶ ସୁନା , ଶ୍ରୀପତି କୁମ୍ଭାର   ଯୋଗ ଦେଇଥିଲେ। 

    Ad..


ଏହି ସଚେତନତା ସଭାରେ ଗାଁ ଗାଁ ରେ ଯୁବକ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ନେଇ ଆଲୋଚନା କରାଗଲା ।  ଗନ୍ଧମାର୍ଦ୍ଧନ ସୁରକ୍ଷା, ଶିକ୍ଷା, ସଂରକ୍ଷଣ, ସମ୍ବିଧାନ, ଉପରେ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଦ୍ଵିତୀୟ ଅଧିବେଶନ ରେ ବରଗଡ଼ ଜିଲ୍ଲାରେ ଆଗାମୀ ଏକ ମାସ ରେ ଅଧିକରୁ ଅଧିକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଗଲା। ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସାଂସ୍କୃତିକ ଦଳ ଭୀମ ଗର୍ଜନ କଲା ମଞ୍ଚର ସମସ୍ତ ସଦସ୍ୟ  କଲା ପ୍ରଦର୍ଶନ କରିଥିଲେ। 

ଏହି ସମସ୍ତ କାର୍ଯ୍ୟକ୍ରମ  କୁ  ଗୋପବନ୍ଧୁ ଶିକା ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଚନ୍ଦ୍ରହାସ୍ୟ ଜାଲ,  ରସାନନ୍ଦ ବେସରା, ବଲଵନ୍ତ ବେସରା, ବିବେକା ତାଣ୍ଡି, ପ୍ରଶାନ୍ତ ବେସରା, ଉତ୍ତମ ମରହୀ ଓ ଗୋଇବାହାଳି ର ସମସ୍ତ ପଡାବାସି ସହଯୋଗ କରିଥିଲେ। ଶେଷରେ ମୂଳ ନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ର ସାଂସ୍କୃତିକ ସଭାପତି ଗୋବର୍ଦ୍ଧନ ଛତ୍ତର  ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post