ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ...

ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କାର୍ଯ୍ୟକ୍ରମ...


ପାଇକମାଲ,୦୮/୦୩ : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା , ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ସମ୍ବଲପୁରୀ କୋସଲି ବ୍ୟଙ୍ଗ ହାସ୍ୟ କବି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପାଇକମାଲ  ଶ୍ରୀଯୁକ୍ତ ଧଳେନ୍ଦ୍ର କୁମାର ବାରିକ, ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ମହେଶ୍ଵର ହରିପାଲ ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ଚେୟାରମ୍ଯାନ ବସନ୍ତ ସାହୁ ଉପସ୍ଥିତ ଥିଲେ।

ସର୍ବ ପ୍ରଥମେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ମା ସରସ୍ୱତୀ ଙ୍କୁ ପୂଜାର୍ଚନା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଉଦାହରଣ ମାଧ୍ୟମରେ ଆଗକୁ ବଢିବାକୁ ଉତ୍ସାହିତ କରିଥିଲେ। ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହିତ ଗାଁ ର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଏବଂ ଅନେକ ଅନ୍ୟ ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। 

ସଭା ର ସଭାପତି ଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଲିତ ମୋହନ ଭୋଇ ସଭାପତିତ୍ବ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ଭୋଇ ପ୍ରଧାନ ଶିକ୍ଷକ ଝାରବନ୍ଧ ଉଚ୍ଚ ବିଦ୍ୟାଳୟ, କେଦାରନାଥ ରାଉତ ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମିଠାପାଲି, ନରସିଂହ ସାହୁ ଭାଲିଆଡିହି, ବିଦ୍ୟାଳୟ ର ସହକାରୀ ଶିକ୍ଷକ କୈଳାସ ବରିହା, ଯୁଧିଷ୍ଠିର ଯୋଶୀ, କ୍ଷୀରୋଦ ଚନ୍ଦ୍ର ଦେବତା, ଉପେନ୍ଦ୍ର ପ୍ରଧାନ, ଋତୁପର୍ଣ୍ଣା ସିଂ ବରିହା, ଅକ୍ଷୟ  ଡୁଡୁକା, ହୃଦାନନ୍ଦ ରଣା ଅନ୍ତନିବେଶୀ ଶିକ୍ଷା ସେବି ଆଦି ସହଯୋଗ କରିଥିଲେ ପରିଶେଷରେ ଶିକ୍ଷକ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ବିବରଣୀ ପଠନ କରାଯିବା ସହ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।



Report : Bijay ku sahu

Edited by k.s thakur...



Post a Comment

Previous Post Next Post