ଶଙ୍ଖ ଭବନରେ BJD ପକ୍ଷରୁ ମହିଳା ଦିବସ ପାଳିତ : ବିଜେପି ସରକାରଙ୍କୁ ଏପରି ଟାର୍ଗେଟ କଲେ ନବୀନ...
ଭୁବନେଶ୍ୱର,୦୮/୦୩ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଥିବା ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ମହିଳା ଦିବସର ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
Ad..
ସେ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। କହିଥିଲେ ଯେ, ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବିଜେଡି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁତ ଖୁସି। ମାଆ ହେଉଛନ୍ତି ପରିବାର ଓ ସମାଜର ଶକ୍ତି। ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମାଆ ମାନଙ୍କୁ ସଶକ୍ତ କରିବାକୁ କାମ କରି ପଞ୍ଚାୟତରେ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁ କରିଥିଲେ।
ହେଲେ ଦୁଃଖର କଥା ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛନ୍ତି। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେଲାନି। ତାଙ୍କ ଆଦର୍ଶରେ ବିଜେଡି ସରକାର ମହିଳା ସଂରକ୍ଷଣ ବୃଦ୍ଧି କରିଥିଲା। ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଦାବି ରଖିଛି। ମିଶନ ଶକ୍ତି ମାଆ ମାନଙ୍କୁ ସଶକ୍ତ କରିଛି। ଡବଲ ଇଞ୍ଜିନ ସରକାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି।
Edited by k.s thakur...
Tags:
Bhubaneswar
Biju Patnaik international womens day
bjd
latest news
latest update
Naveen Patnaik
odisha daily current affairs
sankh bhawan


