କାଠ ବୋଝେଇ ଗାଡି ଜବତ, ଚାଳକ ଗିରଫ...

କାଠ ବୋଝେଇ ଗାଡି ଜବତ, ଚାଳକ ଗିରଫ...


କରଞ୍ଜିଆ /ଠାକୁରମୁଣ୍ଡା,୦୮/୦୩ : କାଠ ବୋଝେଇ ପିକଅପ୍ ଭ୍ୟାନ ଗାଡ଼ି ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଚୋରାକାଠ ବୋଝେଇ ଗାଡ଼ି ସହ ଚାଳକକୁ ଗିରଫ କରିଛି ବନବିଭାଗ।

Ad..


ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଠାକୁରମୁଣ୍ଡା ପଞ୍ଚାୟତ ଗୁହାଲଡିହରୁ ବସନ୍ତପୁର ଗାଁ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟଳ କରିବା ସହିତ ଯାଞ୍ଚ କରିଥିଲେ।

ଯାଞ୍ଚ ବେଳେ ଗାଡ଼ିରେ ଶାଳକାଠ ଯାଉଥିବା ଦେଖି ଗାଡ଼ି ଜବତ କରି ଅଧିକ ତଦନ୍ତ କରୁଛି ବନବିଭାଗ। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ୪୦ରୁ ୫୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ତଦନ୍ତରୁ ଗାଡ଼ିଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳକୁ ଯାଉଥିବା ଜଣାପଡିଛି। ତେବେ ଗତ ତିନିଦିନ ମଧ୍ୟରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ବନବିଭାଗ ବଡ଼ ସଫଳତା ପାଇଛି।



Edited by k.s thakur...




Post a Comment

Previous Post Next Post