ଆନ୍ତର୍ଜାତୀୟ ମହିଳା ଦିବସ ପାଳନରେ ସ୍ବାବଲମ୍ବୀ ମହିଳା ମାନଙ୍କୁ ସମ୍ମାନିତ...

ଆନ୍ତର୍ଜାତୀୟ ମହିଳା ଦିବସ ପାଳନରେ ସ୍ବାବଲମ୍ବୀ ମହିଳା ମାନଙ୍କୁ ସମ୍ମାନିତ...


ପାଇକମାଳ,୦୮/୦୩ :- ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି।ପାଇକମାଳ ବ୍ଲକ ଆଇକେଡ଼ା  ଅନୁଷ୍ଠାନ ମହିଳା ସଂଗଠନ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ଯୋଗ ଦେଇଥିଲେ।

Ad..


ଆଜିର ଦିନରେ ସମାଜରେ ମହିଳା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।ଦେଶରେ ମହିଳା ମାନେ ମଫସଲ ଗାଁ ଠାରୁ ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରୁଥିବା ବେଳେ ସାଧାରଣ ଗାଁ ର ମହିଳାମାନେ ମଧ୍ୟ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ସାଧାରଣତଃ ପୌରାଣିକ କିମ୍ୱଦନ୍ତୀ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମହିଳା ମାନେ ସର୍ବତ୍ର ପୂଜିତ ଅଟନ୍ତି।ସ୍ଵାଧୀନତା ସଂଗ୍ରାମୀ ଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ମହିଳା ମାନେ ପୂଜିତ ଅଟନ୍ତି।ଅନ୍ତର୍ଜାତୀୟ ତଥା ଦେଶରେ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ମହିଳା ମାନଙ୍କୁ ଉଦାହରଣ ଦେଇ ଆଜିର ମହିଳା ଦିବସରେ ବରେଣ୍ୟ ଅତିଥି ମାନେ ମନେ ପକାଇଥିଲେ। 

ଆଇକେଡ଼ା ର ବରଗଡ଼ ଜିଲ୍ଲା କୋଡ଼ିନେଟର ପ୍ରବୀର  ନାଗ ସଭା ପରିଚାଳନା କରିଥିବାFPC ବେଳେ ବୋର୍ଡ ମେମ୍ବର ଶରତ ଠାକୁର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ପଦ୍ମପୁର କୃଷି ଜିଲ୍ଲା ଅଧିକାରୀ ପ୍ରଭାସ ପଣ୍ଡା,ସମ୍ମାନିତ ଅତିଥି ଭାବେ ନୀତି ଆୟୋଗ ଏବିଏଫ ସୁଶ୍ରୀ ମଧୁସ୍ମିତା ବେହେରା ଓ ମୁଖ୍ୟ ବକ୍ତା ଭାବେ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର ସମେତ ସୁଜାତା ଧରୁଆ,ଆକାଂକ୍ଷା ନାମଦେଓ ଯୋଗଦେଇ ସମାଜ ନାରୀ ମାନଙ୍କ  ଭୂମିକା ଉପରେ ଆଲୋକପାତ କରିଥିଲେ।

ଏ ଅବସରରେ ଟେଲରିଙ୍ଗ ଶିକ୍ଷା ଅଗ୍ରଣୀ ଭୂମିକା ନିଭାଉଥିବା ସହ ଜଣେ ସଫଳ ଚାଷୀ ହିସାବରେ ସ୍ବାବଲମ୍ବୀ ମହିଳା ସୁଶ୍ରୀ କୌଶଲ୍ୟା ଧାରୁଆ ଓ ଗୋ ପାଳନ ସହ ଗ୍ରୋଷୋଲି ଦୋକାନ କରି ସ୍ବାବଲମ୍ବୀ ହୋଇଥିବା ମହିଳା ସୁଶ୍ରୀ ସୁରେଖା ଡନସେନା ସମେତ କୁନ୍ତଳା ମାଝୀ,ଲକ୍ଷ୍ମୀ ଭୋଇ,ସାତମତି ପୁଟା, ଝୁନିଆ ପୁଟା,ଉମା ସୁନା,ବିଳାସିନୀ ବିନ୍ଧାଣୀ,ଡାଳିମ୍ବ ବଗର୍ତ୍ତୀ,ବୀଣା ମଗର, ଉମା ପୁଟା,ପଦ୍ମା ବଗର୍ତ୍ତୀ ପ୍ରମୁଖଙ୍କୁ ଉପଢୋକାନ ଓ ପୁଷ୍ପ ଗୁଚ୍ଛ ଦେଇ ଅନୁଷ୍ଠାନ ପକ୍ଷରୁ ବରେଣ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ଏଥିସହ ସମାଜ ସେବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ପ୍ରକୃତିବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି ଙ୍କୁ ମଧ୍ୟ ଉପଢୋକନ ଓ ପୁଷ୍ପ ଗୁଚ୍ଛ ଦେଇ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ FPC ର ବୋଡ଼ ମେମ୍ବର ଶ୍ରୀ ଦୁର୍ଯୋଧନ ପୁଟା ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post