ବିଦ୍ୟାଳୟ ସ୍ତରରେ ଶୈକ୍ଷିକ ପ୍ରଗତି କୁ ଗୁରୁତ୍ବ ପ୍ରଦାନ ପାଇଁ ପ୍ରଧାନ ଶିକ୍ଷକ ଙ୍କୁ ଆହ୍ବାନ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ...
ବରଗଡ଼,୦୮/୦୩ : ବରଗଡ଼ ଟାଉନ ହାଇସ୍କୁଲ ଠାରେ ଅନୁଷ୍ଟିତ ବରଗଡ଼ ବ୍ଲକ ସ୍ତରୀୟ ୧୫ ତମ ପ୍ରଧାନ ଶିକ୍ଷକ ସମ୍ମିଳନୀ ରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀ କୁ ଶୁଭ ଉଦ୍ଘାଟନ କରିବା ସହ ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ମାନଙ୍କ ରେ ଶୈକ୍ଷିକ ବିକାଶ କୁ ଗୁରୁତ୍ବ ଦେବା ସହ ଜିଲ୍ଲା ଓ ବ୍ଲକ ସ୍ତର ରେ ଶିକ୍ଷା ର ବିକାଶ ପାଇଁ ହେଉଥିବା ପ୍ରତି ଟି ଯୋଜନା ବିଦ୍ୟାଳୟ ସ୍ତରରେ ପ୍ରତିଫଳିତ ହେବା ଉଚିତ୍ ବୋଲି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।
Ad..
ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନମୋହନ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଜଗନ୍ମୟୀ ମିଶ୍ର ସ୍ଵାଗତ ସଙ୍ଗୀତ ଓ ମନ୍ତ୍ର ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ଏପ୍ରିଲ ମାସ ରେ ଅନୁଷ୍ଟିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ପାଳନ ସମ୍ବନ୍ଧ ରେ ଅବଗତ କରାଇଥିଲେ ।
ସାଧନ କର୍ମୀ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା,ଜର୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶାଶ୍ଵତୀ ଦାଶ ଗାଇସମା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବ ଶଙ୍କର ଦାଶ ଅଡଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଟିର ଦାଶ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ସହିତ ଆଲୁମୁନି ସମ୍ପର୍କ,ଖାନଏକାଡେମୀ,ଉତ୍କର୍ଷଅପାର ଆଇ ଡି,ୟୁ ଡାଇସ ପ୍ଲସ,ଗ୍ରୀଷ୍ମ ଅବକାଶ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ପାଠ ପଢା ସମ୍ବନ୍ଧୀୟ ବିଶେଷ ଯୋଜନା ପ୍ରସ୍ତୁତ ଭଳି ଗୁରୁତ୍ବ ପୂର୍ଣ୍ଣ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ଡ଼ ସଂଗୀତା ରାଣୀ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


