କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ରାଲି : ରାଜଧାନୀ ରାସ୍ତା ଜାମ୍...

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ରାଲି : ରାଜଧାନୀ ରାସ୍ତା ଜାମ୍...


ଭୁବନେଶ୍ୱର,୨୭/୦୩ : ରାଜ୍ୟରେ ମହିଳା ବିରୋଧୀ ହିଂସାର ବଢ଼ୁଥିବା ଘଟଣାକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ବିଧାନସଭା ସମ୍ମୁଖରେ ଗୁରୁବାର ଏକ ବିଶାଳ ପ୍ରତିବାଦ କରାଯାଉଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବିତ କରାଯିବା ପରେ ରାଜଧାନୀରେ କଂଗ୍ରେସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Ad..


ଗୁରୁବାର ପୂର୍ବାହ୍ନ ୯ଟା ଠାରୁ ରାମମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇପଡ଼ିଛି। ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ପର୍ଯ୍ୟନ୍ତ ହଜାର ହଜାର କଂଗ୍ରେସ କର୍ମୀ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। 

ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ୮୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ କରାଯାଇଛି। ଏହା ସହିତ ମହିଳା ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ବିଧାନସଭାର ସମସ୍ତ ଗେଟ୍‌କୁ ବନ୍ଦ ରଖାଯାଇଛି। କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ବିଧାନସଭା ଏବଂ ଏହାର ଚାରିପାଖରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

ଉତ୍ତେଜନା ବୃଦ୍ଧି ପାଉଥିବାରୁ, ପୁଲିସ  ପକ୍ଷରୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।




Edited by k.s thakur...



Post a Comment

Previous Post Next Post