ବିଧାନସଭା ପରିସରରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିଦାବ...

ବିଧାନସଭା ପରିସରରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିବାଦ...


ଭୁବନେଶ୍ୱର,୨୭/୦୩ : ବିଧାନସଭା ପରିସରରେ ବିଜେଡିର ଅଭିନବ ପ୍ରତିଦାବ । ଗୃହରେ ବିନା ବିରୋଧୀ କଂଗ୍ରେସରେ ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବେଳେ ଗଙ୍ଗାଜଳ ଛିଞ୍ଚି ବିଜେଡି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛି । 

Ad..




ଆଟିକାରେ ଗଙ୍ଗାଳଜ ସାଙ୍ଗକୁ ଆମ୍ବପତ୍ର ନେଇ ଗୃହ ପରିସରରେ ବିଜେଡି ବିଧାୟକ ମାନେ ଗଙ୍ଗାଜଳ ଛିଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅପବିତ୍ର ହୋଇଥିବା ଗୃହକୁ ପବିତ୍ର କରୁଛୁ କହିଲେ ବିଜେଡି ବିଧାୟକ।

ଏହି ସମୟରେ ମନ୍ତ୍ରୀ ସୁରେଶ ପୂଜାରି କହିଚନ୍ତି ବିଧାନସଭା ଏକ ପରିତ୍ର ଗୃହ, ଏଠାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବାର କୌଣସି କାରଣ ନାହିଁ ।

ଅନ୍ୟପଟେ କଂଗ୍ରେସର ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିବା ନେଇ କଂଗ୍ରେସର ପ୍ରତିବାଦ ପ୍ରଦର୍ଶନ କରିବା ସହ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଏଥିପାଇଁ ରାଜଧାନୀରେ ଜମା ହୋଇଛନ୍ତି କଂଗ୍ରେସ କର୍ମୀ।



Edited by k.s thakur...



Post a Comment

Previous Post Next Post