ଆର୍ଟ ଅଫ୍ ଲିଭିଙ୍ଗ ପକ୍ଷରୁ ଏକ ଦିବସୀୟ ବାଳିକା ଯୋଗ ଶିବିର...
ବରଗଡ଼,୨୭/୦୩ : ଆର୍ଟ ଅଫ୍ ଲିଭିଙ୍ଗ ବରଗଡ଼ ଶାଖା ଆନୁକୁଲ୍ୟ ରେ ଗୁରୁବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ବାଳିକା ମାନଙ୍କ ପାଇଁ ଏକଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
Ad..
ଯୋଗ ଶିକ୍ଷକ ତଥା ସାଧନ କର୍ମୀ ନାରାୟଣ କାନସଲ ,ସୁଧା କନସଲ ପାୟଲ ଅଗ୍ରୱାଲ,ଲତା ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ନବମ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ବାଳିକା ମାନେ କିଶୋରୀ ବୟସ ରେ କିପରି ଆତ୍ମ ସଂଯମ ରକ୍ଷା କରି ଶୃଙ୍ଖଳିତ ଜୀବନ ଯାପନ କରି ପାଠ ପଢା ରେ ମନୋନିବେଶ କରିବେ ସେ ବିଷୟ ରେ ପରାମର୍ଶ ପ୍ରଦାନ କରିଥିଲେ।
ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ସୁ ଦୀପ କୁମାର ରଥ ଯୋଗ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...


