ଲୋଇସିଂହାରୁ ବସନା କୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ...

ଲୋଇସିଂହାରୁ ବସନା କୁ ଜାତୀୟ ରାଜପଥ ପାଇଁ ଦାବି ଜଣାଇଲେ ସାଂସଦ ପ୍ରଦୀପ ପୁରୋହିତ...



ବରଗଡ,୨୭/୦୩ : ନୀତିନ ଗଡ଼କରୀଙ୍କ ଆଗରେ ବଡ଼ ପ୍ରସ୍ତାବ ରଖିଲେ ବରଗଡ଼ ସାଂସଦ। ଲୋଇସିଂହାରୁ ବସନା ଭାୟା ଗାଇସିଲଟ-ପଦ୍ମପୁର ଦେଇ ଏକ ନୂଆ ଜାତୀୟ ରାଜପଥ ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ପୁରୋହିତ। ଏହି ପ୍ରସ୍ତାବିତ ଜାତୀୟ ରାଜପଥ ନିର୍ମାଣ ହେଲେ ଏନଏଚ୍-୨୦୧ ଓ ଏନଏଚ୍-୫୩ ମଧ୍ୟରେ ଥିବା ୯୯.୩ କିଲୋମିଟର ଦୁରତା ପାଇଁ  ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବହନ କରିପାରିବ।

Ad..


ଏହି ଜାତୀୟ ରାଜପଥ ହେବା ଦ୍ୱାରା କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ତମ କାର୍ଯ୍ୟକଳାପ  ହୋଇପାରିବ । ଦ୍ରବ୍ୟ ସାମଗ୍ରୀ ଏବଂ ସେବା ଗୁଡ଼ିକର ଶୀଘ୍ର ପରିବହନକୁ ସୁଗମ କରିବା ସହ ଗ୍ରାମାଞ୍ଚଳରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅନେକ ସହାୟକ ହୋଇପାରିବ । ସେହିଭଳି ଏହି ଜାତୀୟ ରାଜପଥ ନିର୍ମାଣ ହେଲେ ଆଞ୍ଚଳିକ ସଡ଼କ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ।


ଦୀର୍ଘ ସମୟ ଧରି ପଶ୍ଚିମ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଜାତୀୟ ରାଜପଥ-୪୯ର ୪ ଲେନିଂ ବିଶିଷ୍ଟ କାର୍ଯ୍ୟର ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବା ସହ ବରଗଡ଼ରେ ଦୁଇଟି ଫ୍ଲାଏଓଭର ନିର୍ମାଣ ପାଇଁ ଦାବି କରିଛନ୍ତି ସାଂସଦ।

ଝାରସୁଗୁଡ଼ା-ଲଖନପୁର-କନକଟୋରା ଜାତୀୟ ରାଜପଥ ୪୯ର ଚାରିଟିକିଆ ଜାତୀୟ ରାଜପଥ ନିର୍ମାଣର ଟେଣ୍ଡର ପ୍ରକ୍ରିୟା ଶ୍ରୀଘ୍ର ସାରିବାକୁ କହିଛନ୍ତି କଲେ ବରଗଡ଼ ସାଂସଦ। ଏହି ରାସ୍ତାର ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାନୁଆରୀ ମାସରେ ଆରମ୍ଭ ହେବାକୁ ଥିଲା। ହେଲେ ଏଥିରେ ବିଳମ୍ବ ହେଉଛି।

ତେଣୁ ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅୁନରୋଧ କରିଛନ୍ତି । ସେହିଭଳି ବରଗଡ଼ ଗାନ୍ଧୀ ଛକ ନିକଟରେ ଏକ ଫ୍ଲାଏଓଭର ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ଯାହାଫଳରେ ରାସ୍ତାର ସଙ୍କୁଚିତକୁ ହ୍ରାସ କରିବା ସହ ରାସ୍ତା ସଂଯୋଗୀକରଣକୁ ଆହୁରି ଉନ୍ନତି କରିପାରିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପୁରୋହିତ। 

ବରଗଡ଼ର ଗୋଡ଼ଭଙ୍ଗା ଓ ଗୁଲିପାଣି ଠାରେ ଫ୍ଲାଏଓଭର କାମ ଶେଷ ହୋଇଛି । ବିକାଶ ହସପିଟାଲ ଫ୍ଲାଏଓଭର ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାଇଛନ୍ତି ସାଂସଦ। ଏସବୁ ଅଂଚଳରେ ଦୃତ ସହରୀକରଣ ଓ ଟ୍ରାଫିକ୍ ସମସ୍ୟା ଯୋଗୁଁ ଏହି ସବୁ ଜାତୀୟ ରାଜପଥର କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରିଛନ୍ତି ସାଂସଦ ଶ୍ରୀ ପୁରୋହିତ।

ଏହାସହ ସର୍ଭିସ ରୋଡ ଉନ୍ନତି ଓ ଏହି ଅଂଚଳର ମୁଖ୍ୟ ରାସ୍ତାରେ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଏସବୁର ବିକାଶ ହେଲେ ସଡ଼କ ସୁରକ୍ଷା ସହ ସାଧାରଣ ଲୋକଙ୍କ ଯାତାୟତରେ ଅନେକ ସୁବିଧା ହୋଇପାରିବ।

ଭାରତୀୟ ସଡ଼କ ପରିବହନ କ୍ଷେତ୍ରର ବିକାଶ ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସାଂସଦଙ୍କ ଦାବି ଓ ପ୍ରସ୍ତାବକୁ ପୂରଣ କରିବେ ବୋଲି  ପ୍ରଦୀପ ପୁରୋହିତ ଆଶା ରଖିଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post