ବରଗଡ଼ ବ୍ଲକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ଭ୍ରମଣ...

ବରଗଡ଼ ବ୍ଲକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ଭ୍ରମଣ...


ବରଗଡ଼,୧୦/୦୩ : ବରଗଡ଼ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ରବିବାର ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ଜ୍ଞାନ ଆହରଣ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

Ad..


ବ୍ଲକ ର  ୩୬ ଜଣ ଗାଇଡ ଶିକ୍ଷକ ଙ୍କ ନେତୃତ୍ବ ରେ ୪୧୪ ଜଣ ଛାତ୍ର ଛାତ୍ରୀ ନଅ ଟି ବସ ରେ ଝାରସୁଗୁଡ଼ା ଜିଲ୍ଲା ସେମ୍ଳିଆ ଶିବ ପୀଠ ,ବାଇଲୋଜିକାଲ ଗାଡେନ, ଆମ୍ବଭୋନା ଆଦର୍ଶ ବିଦ୍ୟାଳୟ , ଟୁକୁରଲା ବିଜ୍ଞାନ କେନ୍ଦ୍ର  ଆଦି ପରିଦର୍ଶନ କରି ବିଭିନ୍ନ ଶୈକ୍ଷିକ ଜ୍ଞାନ ଆହରଣ କରିଛନ୍ତି। 

    Ad..


ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଭିନ୍ନ କମିଟି ଗଠନ ହୋଇ ଥିବା ବେଳେ କମିଟି ମୁଖ୍ୟ  ଭାବେ ବରଗଡ଼ ଏ ବିଇଓ ରଞ୍ଜନ ଦଣ୍ଡସେନା ଏବିଓ ଦିଲ୍ଲୀପ ମେହେର ଏବିଇଓ ଘାସିରାମ ମେହେର ପ୍ରମୁଖ ରହିଥିବା ବେଳେ ସିଆରସିସି ବାବଲୁ ଶତପଥି ବୀର କିଶୋର ପ୍ରଧାନ,ନିବେଦିତା ପୁରୋହିତ ଙ୍କ ସମେତ ବ୍ଲକ ର ସମସ୍ତ କ୍ଲଷ୍ଟର ର ସିଆରସିସି ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। 

ଏହି ଅବସର ରେ ଆମ୍ବଭୋନା ଆଦର୍ଶ ବିଦ୍ୟାଳୟ ପରିସର ରେ ଅଭିଜ୍ଞ ବୈଜ୍ଞାନିକ ଙ୍କ ଦ୍ଵାରା ପରିଭ୍ରମଣ ରେ ଯାଇଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ  ବିଜ୍ଞାନ ଆଧାରିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ସହିତ ବିଜ୍ଞାନ ଜ୍ଞାନ ଆହରଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post