ବୟୋଜ୍ୟେଷ୍ଠ ସସମ୍ମାନ କାର୍ଯ୍ୟକ୍ରମ...

ବୟୋଜ୍ୟେଷ୍ଠ ସସମ୍ମାନ କାର୍ଯ୍ୟକ୍ରମ...


ବରଗଡ଼,୨୨/୦୩ : ଗତକାଲି  ବୟୋଜ୍ୟେଷ୍ଠ ସସମ୍ମାନ କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟ ମାନେ ଆଜି ବରଗଡ଼ ଜିଲ୍ଲା ଲେଣ୍ଡା ଗ୍ରାମକୁ ଆସି ୯୪ ବର୍ଷ ବୟସ୍କ ବିଶିଷ୍ଠ ସମାଜସେବୀ, ବରପାଲି ବ୍ଲକ ର ପ୍ରଥମ ମହିଳା ସମିତି ସେକ୍ରେଟାରୀ, ଆମେରିକାନ ପିସ କର୍ପସ ପରାମର୍ଶ ଦାତ୍ରୀ, ଶ୍ରୀମତୀ ସୁଲୋଚନା ମିଶ୍ର ଙ୍କୁ ସାକ୍ଷାତ କରିଥିଲେ।

Ad..


ଶ୍ରୀମତୀ ମିଶ୍ର ୧୯୫୪ ମସିହା ରେ ଓଡିଶା ରାଜ୍ୟପାଳ ଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଖଠତାକର ଙ୍କୁ ଗ୍ରାମକୁ ଆଣି ମାତୃମଙ୍ଗଳ ସ୍ଥାପନ, ଗର୍ଭବତୀ ଗରିବ ମହିଳା ଙ୍କୁ ପୃଷ୍ଟି କର ଖାଦ୍ୟ, ଅଣ୍ଡାଦେବା ପାଇଁ କୁକୁଡ଼ା ଫାର୍ମ ସ୍ଥାପନ, ଏକହଜlର ରୁ ଉର୍ଦ୍ଧ ମହିଳା ଙ୍କୁ  ପ୍ରସୂତି ବେଦନାକୁ କୁ ପ୍ରଶମିତ କରାଇବା, ଶିକ୍ଷା ପାଇଁ ଆବାସିକ ସେବାଶ୍ରମ ସ୍କୁଲ ପାଇଁ ଜମି ଦାନ କରିଥିବା ମହିୟସୀ ମାତୃ ଶକ୍ତି ଶ୍ରୀମତୀ ସୁଲୋଚନା ମିଶ୍ର, ବୟସ ୯୪ ବର୍ଷ ଙ୍କୁ  ଆଜୀବନ ସଦସ୍ୟ ହେବାକୁ ଅନୁରୋଧ କରି ଆଶୀର୍ବାଦିତ ହୋଇଥିଲେ। 

    Ad..


ତାଙ୍କ ସହ ଏକ ହୃଦୟ ସ୍ବର୍ଶୀ ଭାବ ବିନିମୟ କରି ସାମାଜିକ କାମ ରେ ଆମ ସଂଗଠନ ର କାର୍ଯ୍ୟକର୍ତା ଙ୍କୁ ଶ୍ରୀ ସୁରେନ୍ଦ୍ର ମୋହନ ଚାନ୍ଦ ଙ୍କ ଅନୁରୋଧ କ୍ରମେ ରେ ସମାଜ ପାଇଁ ବାର୍ତ୍ତା ଦେବାକୁ କହିବାରୁ ସେ ଆମ ସମାଜ ସେବୀ ଙ୍କୁ ନିମ୍ନ ହୃଦୟ ସ୍ବର୍ଶୀ ବାର୍ତ୍ତା ଦେଇ ଥିଲେ..

ମୋର ପ୍ରିୟ ବରିଷ୍ଠ ସମାଜ ସେବୀ 

" **ଜନମିଳୁ ଯେବେ -ଜନମନ ହରି* 

         *କାନ୍ଦିଲୁ ଦୁନିଆ ହସିଲା*-୧

   *ହସି ହସି ଯିବୁ -ଜଗତ କନ୍ଦାଇ_* 

    *କେହି ନ କହିବେ ଭଲ ହେଲା* -୨* 

    *ନିଜେ ମରି - ଏ ଭଳି କାମକରି* 

     *ଦୁନିଆ କାନ୍ଦୁଥିବ ଝୁରି ଝୁରି** "-୩

ଉପସ୍ଥିତ କର୍ମ କର୍ତା ଙ୍କ ମଧ୍ୟ ରେ ସର୍ବଶ୍ରୀ ପ୍ରମୋଦ ଝାଙ୍କର, ସଭାପତି,  ଶ୍ରୀ ଗୋବିନ୍ଦ ଦାଶ, ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମୋହନ ଚାନ୍ଦ, ପୂର୍ବତନ ଉପସଭାପତି,ଶ୍ରୀ ପ୍ରସନ୍ନ ପ୍ରଧାନ, କୋଷାଧକ୍ଷ, ଶ୍ରୀ କେଦାର ମିଶ୍ର, ସଂଗଠନ ସମ୍ପାଦକ ଶ୍ରୀମତୀ ମିଶ୍ର ଙ୍କ ଠାରୁ ଆଶିର୍ବାଦ ନେଇ ଏବଂ ତାଙ୍କ ସୁସ୍ଥ ନୀରାମୟ କାମନା ପୂର୍ବକ ଆଉ ଜଣେ ବିଶିଷ୍ଟ ବରିଷ୍ଠ ବ୍ୟକ୍ତିଙ୍କୁ ଦେଖାକରିବାକୁ ବାହାରିପଡିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post