ବିଶ୍ୱ କବିତା ଦିବସରେ ନିର୍ଝରିଣୀ ତରଫରୁ କବିତା ଆସର...
କଣ୍ଟାବାଞ୍ଜି,୨୨/୦୩ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ବିଶ୍ୱ କବିତା ଦିବସ ଅବସରରେ ବହୁଭାଷୀ କବିତା ପାଠ ଓ ପୁସ୍ତକ ସମୀକ୍ଷା ଜଗନ୍ନାଥ କାର ସ୍ପା ପରିସରରେ ଅନୁଷ୍ଠିତ ହୋଇଥିଲା।
Ad..
ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଲୋହିତାକ୍ଷ ଯୋଷୀ ମୁଖ୍ୟ ଅତିଥି, କବି ରତୀନ୍ଦ୍ର ରାଏ,ବିଭୁଦତ୍ତ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।
Ad..
ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରିବା ପରେ କଣ୍ଠଶିଳ୍ପୀ ଗଣପତି ବେହେରା ଭଜନ ପରିବେଷଣ କରିଥିଲେ। ସ୍ୱର୍ଗତ ପଦ୍ମ ଭୂଷଣ ରମାକାନ୍ତ ରଥ ଓ ଶିଶୁ ସାହିତ୍ୟିକ ଲିଙ୍ଗରାଜ ଚିନ୍ଦାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ମିଳିତ କବିତା ସଂକଳନ ଆକାଶର ଜହ୍ନ ପୃଥିବୀର ଭୋକ ପୁସ୍ତକକୁ କବି ରାମଚନ୍ଦ୍ର ସାହୁ ଓ ବିଭୁଦତ୍ତ ସାହୁ ସମୀକ୍ଷା କରିଥିଲେ।ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ତାପରେ କବୟିତ୍ରୀ ତଥା ସହ ସମ୍ପାଦିକା ଅଞ୍ଜଳି ମାଝୀ ଓ ମମତା ପଣ୍ଡାଙ୍କ ସଂଯୋଜନାରେ ଅନେକ କବି ଯଥା ନରେନ୍ଦ୍ର ସୁନା, କୁଞ୍ଜ ବିହାରୀ ବେହେରା, ପ୍ରଭାତ ମିଶ୍ର,ବିନୟ କୁମାର ଦାଶ, ସୁଧାଂଶୁ ଶେଖର ମିଶ୍ର,ଥମିର ଛତ୍ରିଆ,ବିନୋଦ ପୁଟେଲ, ଡୋଳାମଣି ମହତ,ଅମରକାନ୍ତ ବେହେରା, ବିକାଶ ନାଥ,ଡ.ମିଲି କର,ଦୀପା ନାୟକ,ଦୀପକ ମହାପାତ୍ର, ଫକୀର ମୋହନ ଖମାରୀ, ଭକ୍ତବନ୍ଧୁ ମେହେର, ଜତୀନ ଦୁଆରୀ,କିଶୋର ବରିହା, ଭକ୍ତ ଚରଣ ବନଛୋର ଆଦି କବିତା ପାଠ କରିଥିଲେ।ସମସ୍ତଙ୍କୁ ପୁସ୍ତକ ଉପହାର ଦିଆଯାଇଥିଲା।
Edited by k.s thakur...



