ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ବଲାଙ୍ଗୀରରେ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ବଲାଙ୍ଗୀରରେ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ...


ବଲାଙ୍ଗୀର, ୨୨/୦୩ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗୀର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସେମିନାର "RUPANTAR” Changing Classroom Practices for Vikshita Odisha ଅନୁଷ୍ଠିତ ହୋଇଯାଇଛି। 

Ad..


ଏଥ‌ିରେ ଜିଲ୍ଲାର ୧୪ ଟି ବ୍ଲକ ରୁ ୩୫ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଓ CRCC ମାନେ ଉପସ୍ଥିତ ରହି ନିଜ ନିଜ ବିଦ୍ୟାଳୟର ଅଭିନବ କାର୍ଯ୍ୟ ଗୁଡିକୁ ନେଇ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶ୍ରୀଯୁକ୍ତ ଶ୍ରବଣ କୁମାର ବାଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ବିଦ୍ୟାଳୟର ଅଭିନବ କାର୍ଯ୍ୟ ଗୁଡିକୁ ତର୍ଜମା କରିବା ସହିତ ଜାତୀୟ ଶିକ୍ଷା ନୀତି – ୨୦୨୦ ରେ ପ୍ରସ୍ତାବିତ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗୁଡିକୁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। 

    Ad..


ସେହିପରି ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ଜୟ ପ୍ରକାଶ ଦାଶ ଏହି ଏକ ଦିବସୀୟ ପାଠଚକ୍ରର ଉଦ୍ଦେଶ୍ୟ ଗୁଡିକ ସମସ୍ତଙ୍କ ଆଗରେ ନିଜ ଅଭିଭାଷଣ ମାଧ୍ୟମରେ ପରିପ୍ରକାଶ କରିଥିଲେ। ସଂଯୋଜକ ଡ଼ ମନ୍ଦିରଧର ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହିତ ସଭା ପରିଚାଳନା କରିଥିଲେ।

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବଲାଙ୍ଗୀରର ସହକାରୀ ପ୍ରାଧ୍ୟାପକ ଡ଼ ସୁଧୀର କୁମାର ସାହୁ, ଡ଼ ଅଜିତ କୁମାର ପ୍ରଧାନ, ଡ଼ ନିବେଦିତା ସାହୁ ଓ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମଲ୍ଲିକ ପ୍ରମୁଖ ଏହି ପାଠଚକ୍ରରେ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ଉନ୍ନତ ଶ୍ରେଣୀ ଗୃହ ପରିଚାଳନା ପାଇଁ ମତାମତ ଦେବା ସହିତ ରୂପାନ୍ତର ନାମକ ପ୍ରାଚୀର ପତ୍ରକୁ ଉଦଘାଟନ କରିଥିଲେ । 

ଅନୁଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ ଯଥା ଗଣେଶ ପ୍ରସାଦ ଜେନା, ଚିନ୍ମୟୀ ସାହୁ, ଆରତୀ ସାହୁ, ସପ୍ନା ସେଠ, ସ୍ବାଗତିକା ବଳିଆରସିଂହ,ମିନାକ୍ଷୀ ମେହେର,ସଞ୍ଜୟ ବାରିକ,ଅଳକା ସାମଲ ଓ ପ୍ରଶାନ୍ତ କୁମାର ନିଖଣ୍ଡିଆ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସହଯୋଗ କରିଥିଲେ। ସେହିପରି ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ପଞ୍ଚାନନ ଦ୍ବାରୀ, ବିଭୁଦତ୍ତ ମିଶ୍ର, ପ୍ରେମରାଜ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକୁ ସହଯୋଗ କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷିକା ମମତା ମଞ୍ଜରି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



Edited by k.s thakur...

Post a Comment

Previous Post Next Post