ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ରେ ଭିନ୍ନକ୍ଷମ ଙ୍କୁ ଅଣଦେଖା ବଢ଼ିବାରେ ଲାଗୁଛି ଅସନ୍ତୋଷ...

ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ରେ ଭିନ୍ନକ୍ଷମ ଙ୍କୁ ଅଣଦେଖା ବଢ଼ିବାରେ ଲାଗୁଛି ଅସନ୍ତୋଷ...


ବରଗଡ଼,୨୨/୦୨ : ବରଗଡ଼ ଜିଲ୍ଲା ହସ୍ପିଟାଲରେ ପ୍ରତିମାସ ୧ ତାରିଖରେ  " ଭିନ୍ନକ୍ଷମ ଦିବସ " ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ମୋଟୁ ୧୨ ଗୋଟି ବ୍ଲକ ରୁ ହଜାର ସଂଖ୍ୟାରେ ଭିନ୍ନକ୍ଷମ ଆସିଥାନ୍ତି।

Ad..


ଅପେକ୍ଷା କରି ରହିଥିଲେ ମଧ୍ୟ ସମସ୍ତ ଙ୍କ କାର୍ଯ ହୋଇନଥିବା ରୁ ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏପରିକି ଭିଡ଼ ଅସମ୍ଭାଳ ହେବାରେ ଅଆୟତ୍ତହୀନ ଅବସ୍ଥାରେ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ଅସହାୟ ହେବାକୁ ପଡୁଛି ଏପରିକି  ଭିନ୍ନକ୍ଷମ ଙ୍କୁ କର୍ମଚାରୀ ଅଣଦେଖା କରୁଥିବା ରୁ ଅସନ୍ତୋଷ ରହିଛି । 

    Ad..


ଗତ ଫେବୃୟାରୀ ଭିଡ଼ ଦେଖି କର୍ମଚାରୀ ଫେରାର ମାରିଥିବା ଜଣା ପଡ଼ିଛି । ସ୍ବାସ୍ଥ୍ୟ  ବିଭାଗ ଓ ପ୍ରଶାସନର ଅବହେଳା ଯୋଗୁଁ ଦୁର ଦୁର୍ଦାନ୍ତ ରୁ ଆସୁଥିବା ଲୋକ କାମ ନ ହୋଇ ଘରକୁ ଫେରୁଛନ୍ତି । 

ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଅସନ୍ତୋଷ ବ୍ୟାପକ ହେବାରୁ ଶେଷରେ ସରକାରୀ ଆଭିମୁଖ୍ୟ ବଦଳିଛି। ଜିଲ୍ଲାର ଦୂରତା ତଥା ଲୋକଙ୍କ ଭିଡ କୁ ବିଚାର କରି ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ମାସ ୧ ତାରିଖ ବରଗଡ଼ ଉପଖଣ୍ଡ ଓ ୧୨ ତାରିଖ ପଦ୍ମପୁର ଉପଖଣ୍ଡ ର ଚିକିତ୍ସାଳୟ ଠାରେ ଭିନ୍ନକ୍ଷମ ଦିବସ ଶିବିର ଅନୁଷ୍ଠିତ ହୋଇ ପଞ୍ଜିକରଣ କରାଯିବାକୁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଯାହା କି ଲୋକଙ୍କ ପାଇଁ ସୁବିଧା ହୋଇପାରେ ବୋଲି ଆଶା ରହୁଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post