ସାଂସଦ ପ୍ରଦୀପ ପୁରୋହିତ ଙ୍କ ସ୍ବପ୍ନ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଳଲାଇନ ର ପ୍ରକଳ୍ପ କୁ ନେଇ ନାନା ଆଲୋଚନା ଓ ସମାଲୋଚନା ଯୋର୍ ଧରିଛି...

ସାଂସଦ ପ୍ରଦୀପ ପୁରୋହିତ ଙ୍କ ସ୍ବପ୍ନ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଳଲାଇନ ର ପ୍ରକଳ୍ପ କୁ ନେଇ ନାନା ଆଲୋଚନା ଓ ସମାଲୋଚନା ଯୋର୍ ଧରିଛି...


ବରଗଡ଼,୨୨/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡବାସୀ ଙ୍କ ଦିର୍ଘ ଦଶନ୍ଧି ର ଦାବି ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଳଲାଇନ କୁ ନେଇ ବରଗଡ଼ ଲୋକ ପ୍ରିୟ ସାଂସଦ ପ୍ରଦୀପ ପୁରୋହିତ ନିର୍ବାଚନ ବୈତରଣୀ ପାରି ହେବାରେ ଭୋଟରଙ୍କ ସହଯୋଗ ପାଇଥିବା ବେଳେ ଏବେ ଉକ୍ତ ବିଷୟରେ ଡବଲ ଇଞ୍ଜିନି ର ଝଟକା ଆଲୋଚନା ଓ ସମାଲୋଚନା ର ଖୋରାକ ଯୋଗାଇଛି। 

Ad..


ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ଗତକାଲି କେନ୍ଦ୍ର ରେଳ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। 

    Ad..


ବିଭିନ୍ନ ନୂଆ ପ୍ରକଳ୍ପ ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକର ଆଲୋଚନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ବରଗଡ଼ ଜିଲ୍ଲା ର ସର୍ବଦା ଅବହେଳିତ ପଦ୍ମପୁର ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଅଂଚଳ ପାଇଁ ଦେଖିଥିବା ସ୍ବପ୍ନ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଲଲାଇନ ଉପରେ କୈାଣସି ତଥ୍ୟ ଥିବା ଜଣା ପଡିନଥିବା ରୁ ପଦ୍ମପୁର ଅଂଚଳ ରେ ସାଂସଦ ପ୍ରଦୀପ ଙ୍କ ନୂଆ ରେଲଲାଇନ ଦାବି ଉପରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହେଲାଣି। 

ଗନ୍ଧମାର୍ଦ୍ଦନ ପର୍ବତମାଳା ପାଦଦେଶରେ ଆଦାନୀ ଜମି କିଣିଥିବା ଜଣା ପଡିବା ପରେ ପ୍ରଦୀପ ଙ୍କ ଭୂମିକା ଉପରେ ସମଗ୍ର ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ର ଜନସାଧାରଣ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକଟ କରୁଥିବା ବେଳେ ଏବେ ପୁଣି ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ନୂତନ ପ୍ରସ୍ତାବିତ ରେଲଲାଇନ ର ବାସ୍ତବତା ଉପରେ କେତେ ସତ କେତେ ମିଛ ଆଲୋଚନା ଯୋର୍ ଧରୁଛି।

କେନ୍ଦ୍ର ରେଳ ମନ୍ତ୍ରଣାଳୟ ତରଫରୁ ଓଡ଼ିଶା ପାଇଁ ଅନେକ ରେଳ ଭିତ୍ତିଭୂମି ପ୍ରସ୍ତାବ ରହିଛି ହେଲେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଯୋଡ଼ା-ବଡ଼ବିଲ ଓ ଯୋଡ଼ା-ବରଷୁଆଁ ରେଳ ଲାଇନ୍‍ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ବଡ଼ବିଲ, ଯୋଡ଼ା ଓ କେନ୍ଦୁଝରକୁ ନେଇ ଏକ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। 

ମୁଖ୍ୟ ମନ୍ତ୍ରଙ୍କ ଆଲୋଚନା ପରେ ଏହି ଦୁଇଟି ରେଳ ଲାଇନ ନିର୍ମାଣର ସମ୍ଭାବନା ମଧ୍ୟ ଉଜ୍ୱଳ ହୋଇଛି । ଏହାସହିତ ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଦକ୍ଷିଣ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । 

ଅର୍ଥନୈତିକ ଅଭିବୃଦ୍ଧିରେ ରେଳ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ବିକାଶର ଗତି ବହୁଗୁଣିତ ହେବା ସହିତ ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ । 

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ଏହି ଦୁଇଟି ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସକରାତ୍ମକ ଦୃଷ୍ଟି ରଖି ପଦକ୍ଷେପ ନେଉଛନ୍ତି ।  ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଫୋକସ୍‍ ରହିଛି ବୋଲି ସେ କହିଥିଲେ । ଆଗାମୀ ୨୫ ବର୍ଷର ଅମୃତ କାଳରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ପରିକଳ୍ପନାରେ ଓଡ଼ିଶାକୁ ଦେଶର ଅର୍ଥନୀତିର ଇଞ୍ଜିନ ଭାବେ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଛି। 

ଏହାକୁ ଦୃଷ୍ଟିରେ ରଖି  ଓଡ଼ିଶାରେ ରେଳ ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି ବୋଲି ସେ କହିଥିଲେ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । 

୨୦୧୪ ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୦୪୬ କି.ମି. ନୂଆ ରେଳ ଲାଇନ ନିର୍ମାଣ ହୋଇ ସାରିଛି ଯାହା କି ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ । ଶ୍ରୀ ବୈଷ୍ଣବ କହିଥିଲେ ଯେ ଓଡ଼ିଶାର ଜନଜାତି ବହୁଳ ଓ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ରେଳ ଭିତ୍ତିଭୂମିର ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଫୋକସ୍‍ ରହିଛି । 

ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର କୋଟି ଟଙ୍କାର ୮ ଟି ନୂଆ ରେଳ ଲାଇନ ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଥିବା ବେଳେ ୫୯ ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯାଉଛି । ଏଥିରୁ ୧୬ ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାରେ ରହିଛି ବୋଲି ସେ କହିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ନିକଟରେ ରାୟଗଡ଼ା ଡିଭିଜନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଥିଲେ। 

ଆହୁରି ମଧ୍ୟ ଓଡ଼ିଶାରେ ବର୍ତ୍ତମାନ ୬ ଟି ବନ୍ଦେ ଭାରତ ଟ୍ରେନ୍‍ ଚାଲୁଛି ବୋଲି ସେ କହିଥିଲେ । ଆଗାମୀ ଦିନରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶାରେ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ହେଲେ ବରଗଡ଼ ନୂଆପଡ଼ା ଭାୟା ପଦ୍ମପୁର ରେଲଲାଇନ ଉପରେ ଖାସ୍ ତଥ୍ୟ କିମ୍ବା ପ୍ରସ୍ତାବିତ କଥା ଜଣା ପଡିନଥିବା ରୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଡବଲ ଇଞ୍ଜିନି ସରକାର ଓ ସାଂସଦ ଙ୍କ ଭୁମିକା କୁ ନେଇ ଆଲୋଚନା ଓ ସମାଲୋଚନା ବଢ଼ିବାରେ ଲାଗୁଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post