ଭେଙ୍ଗରାଜପୁର ଗ୍ରାମରେ ଦଧିବାବନ ମନ୍ଦିର ର ରତ୍ନ ମୁଦକ ମହୋତ୍ସବ...
ପାଇକମାଳ,୧୦/୦୨ :- ଭେଙ୍ଗରାଜପୁର ଗ୍ରାମରେ ଶ୍ରୀ ଶ୍ରୀ ଦଧିବାବନ ମନ୍ଦିର ର ରତ୍ନ ମୁଦକ ପ୍ରତିଷ୍ଠା ଉପଲକ୍ଷେ ଦୀର୍ଘ ୪ଦିନ ଧରି ହୋମ ନାମ ସଙ୍କୀର୍ତ୍ତନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ଗାଁ ରେ ଗ୍ରାମର ସମସ୍ତ ମହିଳା ପୁରୁଷ ଯୁବ ସମାଜ ମାନଙ୍କ ଆକୁଣ୍ଟ ସହଯୋଗ ରହିଥିଲା।
Ad..
ମନ୍ଦିର ର ରତ୍ନ ମଣ୍ଡପ ରେ ପୂଜାକର୍ତ୍ତା ଭାବେ ମହେନ୍ଦ୍ର ପ୍ରତାପ ସିଂ ବରିହା ଓ ତାଙ୍କ ଧର୍ମପତ୍ନୀ ଅହଲ୍ୟା ସିଂ ବରିହା,ଯଜ୍ଞ ମଣ୍ଡପ ରେ ପୂଜାକର୍ତ୍ତା ଭାବେ ସୁରେନ୍ଦ୍ର ପ୍ରତାପ ସିଂ ବରିହା ଓ ଉର୍ମିଳା ସିଂ ବରିହା ଦାୟିତ୍ଵ ତୁଲାଇ ଥିବାବେଳେ ରାଜ ପୁରୋହିତ ପଣ୍ଡିତ ଅତ୍ରାହୀ ରଞ୍ଜନ ପାଣିଗ୍ରାହୀ ଓ ସାଥି ପୃଥିରାଜ ଯୋଶୀ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ।
ଗ୍ରାମର ସଭାପତି ହୃତାସନ ପାଣ୍ଡେ ଓ ସଂପାଦକ ନିତ୍ୟାନନ୍ଦ ମୁଟକିଆ,ଯଜ୍ଞ କମିଟି ସଭାପତି ପ୍ରାଣକୃଷ୍ଣ ବେରିଆ ଓ ସଂପାଦକ ରେଶମ ରଣା ପ୍ରମୁଖ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଦାୟିତ୍ଵ ଗ୍ରହଣ କରି ଠିକ୍ ଭାବେ ସମ୍ପାଦନା କରିଥିଲେ।ଏହି ଦଧିବାବନ ମନ୍ଦିର ନିର୍ମାଣ ବରିଷ୍ଠ ଶିଳ୍ପୀ ଅର୍ଜୁନ ଗିଙ୍ଗିରା ଙ୍କ ଦ୍ଵାରା ସମ୍ପାଦନା କରାଯାଉଛି।
କେଛୋଦାଦର, ପିପିଲପଡ଼ା,ଟେଣାପଦର,ଭାନପୁର ଶବର ପଡ଼ା,ଝାରବନ୍ଧ ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଦଳ ଯୋଗଦେଇ ଯଜ୍ଞ କାର୍ଯ୍ୟରେ ସଂକୀର୍ତ୍ତନ ପରିବେଶଣ କରିଥିଲେ।
Report : Bijay ku sahu
Edited by k.s thakur...


