ରାଧାକୃଷ୍ଣ ମନ୍ଦିରର କୁମ୍ଭଭରଣ ଉତ୍ସବରେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ଧର୍ମପତ୍ନୀଙ୍କ ଯୋଗଦାନ...

ରାଧାକୃଷ୍ଣ ମନ୍ଦିରର କୁମ୍ଭଭରଣ ଉତ୍ସବରେ ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ଧର୍ମପତ୍ନୀଙ୍କ ଯୋଗଦାନ...


କଣ୍ଟାବାଞ୍ଜି/ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(କ) ଗ୍ରାମ ପଞ୍ଚାୟତ ସଦର ଗ୍ରାମ ଠାରେ ନବନିର୍ମିତ ରାଧାକୃଷ୍ଣ ମନ୍ଦିରର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଅଇଛି। 

            Ad..


ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ରବୀନ୍ଦ୍ର କୌର ଯୋଗ ଦେଇଥିଲେ ।

ସୂଚନା ଅନୁସାରେ , ଶ୍ରୀ ସାଲୁଜା ବିଧାୟକ ଥିବା ସମୟରେ ନିଜସ୍ଵ ପାଣ୍ଠିରୁ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଏହି ମନ୍ଦିର କୁମ୍ଭଭରଣ ଉତ୍ସବର ପୂଜା କର୍ତ୍ତା ରୂପେ ଧନଞ୍ଜୟ ସାହୁ ଓ ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ସାହୁ, ପୂଜକ ବିଦ୍ୟାଧର ତ୍ରିପାଠୀ, ବିଷ୍ଣୁ ତ୍ରିପାଠୀ, ବିଜୟ ତ୍ରିପାଠୀ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ ।

ଏଥିରେ ଗ୍ରାମର ଯଶୋବନ୍ତ ପୁଟେଲ, କୈଳାଶ ମାଝୀ, ମନୋଜ ପୁଟେଲ, ଜିତେନ୍ଦ୍ର ପୁଟେଲ, ସୁଧିର ସାହୁ, ସୁନାଧର ପୁଟେଲ, ସୁରେନ୍ଦ୍ର ସାହୁ, ଭକ୍ତବନ୍ଧୁ ପୁଟେଲ, ଜଲସାଏ ପୁଟେଲ, ନିଲାମୟ ସାହୁ, ପିୟସ ପୁଟେଲଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post