ଟିଟିଲାଗଡ଼ ସିଟି ବେଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ...

ଟିଟିଲାଗଡ଼ ସିଟି ବେଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ...


ଟିଟିଲାଗଡ଼,୧୦/୦୨ :  ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ୍ ପାହାଡ ପାର୍ଶ୍ୱ ରେ ୧୯୯୮_୨୦୦୦ ମସିହା ର ସିଟି ବ୍ଯାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଟିଟିଲାଗଡ଼ ସି. ଟି ସ୍କୁଲ ର ସେ ସମୟର ପ୍ରଶିକ୍ଷାର୍ଥୀ ମାନେ ଦୀର୍ଘ ପଚିଶ ବର୍ଷ ପରେ ନିଜ ନିଜ ମଧ୍ଯରେ ଯୋଗାଯୋଗ କରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ। 

            Ad..


ପାଖାପାଖି ୩୫ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗୀତ ନାଚ ହସଖୁସିରେ ଏହି ମୂହୂର୍ତ୍ତର ଆନନ୍ଦ ନେଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ବିରଂଚି ମହାନନ୍ଦ, କିଶୋର ବାରିକ୍ ଏବଂ କଲଦର ସୁନା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରହିତ ମାଝୀ ସ୍ଥାନ ନିରୂପଣ ଏବଂ ସମସ୍ତ ଆୟୋଜନ ର ଦାୟିତ୍ୱ ନେଇଥିଲେ। 

ସଂଇତଳା ଏବିଇଓ ଶ୍ରୀ ନାରାୟଣ ଭୋଇ ସଭା ପରିଚାଳନା କରିଥିଲେ। ଗଣେଶ ଭୋଇ, ବୈକୁଣ୍ଠ ଭୋଇ, ପ୍ରଭାକର ଭୋଇ, ନେତ୍ର ମଣି ଭୋଇ, ଭୁବନ ମାଝି, ପ୍ରେମରାଜ ମାଝି,ଜିତେନ୍ଦ୍ର ସିଂହ ଭୋଇ, ମକର ମାଝି ସହଯୋଗ କରିଥିଲେ। 

ଶିକ୍ଷୟତ୍ରୀ ମାନଙ୍କ ମଧ୍ଯ ରୁ କୁନ୍ତୀ ବାଗ, ମଂଜୁଲା ମୁନା, ମୀନାକ୍ଷୀ ପ୍ରଧାନ, ପ୍ରଭାସିନୀ ସେଠ୍ ଏବଂ ଶିକ୍ଷକ ମାନଙ୍କ ମଧ୍ଯରୁ ଦେବେନ୍ଦ୍ର ମାଝି,ସୁରପତି ଝାଙ୍କର,ତରୁଣ ସିଂହ ଦିପ, ପ୍ରଶାନ୍ତ ସୁନା, ପାର୍ଥବ ମହାନନ୍ଦ,ଡମ୍ବରୁ ଧର ପ୍ରଧାନୀ,ରାଜୁ ପିତ୍ରୋଡା, ଧନ ସିଂ ଟାକରି, ଗୋବିନ୍ଦ ହିଆଲ,କାର୍ତ୍ତିକ ଶବର, ପୂର୍ଣ୍ଣଚନ୍ଦ୍ର ଭୋଇ ଆଦି ନିଜ ନିଜର ସ୍ମ୍ରତି ଚାରଣ ଓ ଅନୁଭବ ବ୍ଯକ୍ତ କରି ଥିଲେ। 

ଷ୍ଟେଟ୍ ବ୍ଯାଙ୍କ ଇଭିନିଂଗ ବ୍ରାଂଚ ଟିଟିଲାଗଡ଼ ର ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶି ଏବଂ ବର୍ତ୍ତମାନ ବରଗଡ଼ ଟାଉନ ଥାନାର ସବ୍ ଇଂସ୍ପେକ୍ଟର ଭାବେ କାର୍ଯ୍ୟରତ ପ୍ରମୋଦ ଭୋଇ ମଧ୍ଯ ଏହି ବ୍ଯାଚ୍ ରେ ସିଟି ପ୍ରଶିକ୍ଷଣ ନେଇଥିବାରୁ ଯୋଗଦାନ କରିଥିଲେ। 

ଦୀର୍ଘ ପଚିଶ ବର୍ଷ ପରେ ସମସ୍ତେ ଏହି କାର୍ଯ୍ୟକ୍ରମ ମାଧ୍ଯମ ରେ ଭେଟା ଭେଟି ହେଇ ପାରିଥିବାରୁ ବହୁତ ଖୁସି ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ଯ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।



Edited by k.s thakur...



Post a Comment

Previous Post Next Post