ତୁରେକେଲା କ୍ଳଷ୍ଟରର ଆସ ପ୍ରକୃତିକୁ ଭଲ ପାଇବା କାର୍ଯ୍ୟକ୍ରମ...
କଣ୍ଟାବାଞ୍ଜି,୧୦/୦୨ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ରର ଆସ ପ୍ରକୃତିକୁ ଭଲ ପାଇବା କାର୍ଯ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ପ୍ରକୃତି ବନ୍ଧୁ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ କ୍ଳଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ କଳାହାଣ୍ଡି ଜିଲ୍ଲାର ରାବଣଧାରା, ଫୁର୍ଲିଝରନ, ମା ମାଣିକେଶ୍ୱରୀ ମନ୍ଦିର, ଭାଗୀରଥୀ ପାର୍କ ପରିଦର୍ଶନ କରିଥିଲେ।ସମସ୍ତଙ୍କୁ ନେଇ ଏକ କୁଇଜ କାର୍ଯ୍ୟକ୍ରମ କରାଯାଇଥିଲା।
ବିଶ୍ବ ତାପମାତ୍ରା ବଢିବା,ନିପୁଣ ଭାରତ,ଜାତୀୟ ଶିକ୍ଷା ନୀତି୨୦୨୦,ଭାଷାଜ୍ଞାନ ଓ ସଂଖାଜ୍ଞାନ ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପରବର୍ତ୍ତି ସମୟରେ ନିଜ ନିଜର ଅନୁଭୂତି କୁ ନେଇ ଏକ ସଙ୍କଳନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।କ୍ଳଷ୍ଟରର ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବ ନିଯୁକ୍ତ ଶିକ୍ଷକ ପ୍ରଦୀପ କୁମାର ମେହେରଙ୍କୁ ଉପଢୌକନ ପ୍ରଦାନ କରି ସ୍ୱ।ଗତ କରାଯାଇଥିଲା।
ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁଁହରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ବେଲୁନ ଫୁଙ୍କା, ବାଟି ଚାମଚ ଆଦି କରାଯାଇ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ କୁନି ସାହୁ,ମାଧବୀଲତା ସାହୁ,ଟିକେଶ୍ୱରୀ ସେଠ,ବିନୋଦିନୀ ତାଣ୍ଡୀ, ସୁଭଦ୍ରା ମେହେର, ସୁକାନ୍ତି ମାଝୀ, ଅନିତା ବାଗ,ଚନ୍ଦ୍ରାବତୀ ଦେଇ,ମମତା ପଣ୍ଡା, ଧନମତି ନାୟକ, ଶିକ୍ଷକ ସୁରୁମଣି ମେହେର, ଦେବ ବଗର୍ତ୍ତୀ,ମାନସ ରଞ୍ଜନ ଜାଲ, ଡମ୍ବରୁ ମେହେର, ପୀତାମ୍ବର ଲୁହା, ରାଜୀବ ଦାସ,ରାଜ କିଶୋର ନାଗ,ସୂର୍ଯ୍ୟମଣି ସିଠଆଦି ଯୋଗ ଦେଇଥିଲେ।
Edited by k.s thakur...


