ଚିତ୍ରଶିକ୍ଷା ଅନୁଷ୍ଠାନ କଳାନିକେତନ ର ବାର୍ଷିକ ଉତ୍ସବ...

ଚିତ୍ରଶିକ୍ଷା ଅନୁଷ୍ଠାନ କଳାନିକେତନ ର ବାର୍ଷିକ ଉତ୍ସବ...


ବରଗଡ଼,୧୦/୦୨ : ପଶ୍ଚିମ ଓଡିଶା ର ସର୍ବପୁରାତନ ତଥା ଅଗ୍ରଣୀ ଚିତ୍ରଶିକ୍ଷା ଅନୁଷ୍ଠାନ "କଳାନିକେତନ "ର ୨୪ତମ ବାର୍ଷିକ ଉତ୍ସବ ସ୍ତାନୀୟ ବିଜୁ ପଟନାୟକ ଟାଉନ ହଲ ଠାରେ ଅନୁଷ୍ଠାନ ର ସଭାପତି ସର୍ଦ୍ଦାର ପ୍ରୀତମ ସିଂ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। 

Ad..


ଉକ୍ତ ଉତ୍ସବରେ ଶ୍ରୀ ପ୍ରଭାକର ପାତ୍ର ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଉପ ସଭାପତି ଶ୍ରୀ ନବକୃଷ୍ଣ ମିଶ୍ର।ସ୍ୱାଗତ ସଂଗୀତ ଇଂ ମୁଗ୍ଧା ଦାଶ ଗାନ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଶ୍ରୀ ପ୍ରତୁଳ ଚନ୍ଦ୍ର ତ୍ରିପାଠୀ। 

ସମ୍ମାନିତ ଅତିଥି ଭାବେ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ଓ ମୁଖ୍ୟ ବକ୍ତା ଭାବେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ କଳାକାର ଶ୍ରୀ ଭୁବନେଶ୍ୱର ପ୍ରଧାନ ଯୋଗଦାନ କରି କଳା ଶିଶୁ ର ଅନ୍ତର୍ନିହିତ ଗୁଣ କୁ ପରିପ୍ରକାଶ କରିବାର ଏକ ମାଧ୍ୟମ ହେବା ସହ ସୃଜନଶୀଳ ମଣିଷ ଗଠନରେ ସହାୟକ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। 

ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ଦିଲ୍ଲୀପ ଦୀପ, ପାଟନାଗଡ ଙ୍କୁ "କଳା ଗୌରବ "ସମ୍ମାନରେ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ରାଙ୍କନ ଓ ରଙ୍ଗୋଲି ପ୍ରତିଯୋଗିତା ର ୧୦୦ ଜଣ ବିଜେତା ଙ୍କ ସହ ୧୫ଜଣ ଶିଶୁ ଶିଳ୍ପୀ ଙ୍କୁ ଜୁରୀ ପୁରସ୍କାର ପ୍ରଦାନ କରାଯାଇଥିଲା। 

ଏହାବ୍ୟତୀତ ଗ୍ରୁପ ଅନୁଯାୟୀ ଶ୍ରେଷ୍ଠ ୧୦ଜଣ ଙ୍କୁ ଷ୍ଟେଟ ଚମ୍ପିୟାନ ସମ୍ମାନ ପ୍ରଦାନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଶ୍ରୀୟା ମେଲ୍ଲୀ, ଭାବାଂଶୀ ପ୍ରଧାନ, ସାନଭି ସାହୁ ଓ ଶ୍ଲେଷ। ପ୍ରଧାନ ନୃତ୍ୟ ପରିବେଷଣ କରିଥିଲେ। 

ଉତ୍ସବକୁ ସଫଳ କରିବାରେ କୋଷାଧ୍ୟକ୍ଷ କମଳ ଯୋଶୀ,ସୁଦନ ସେଠ, ଅବିନାଶ ଗୁପ୍ତା,ସ୍କୁଲ ର ଉପାଧ୍ୟ୍ୟକ୍ଷ ରାମକୃଷ୍ଣ ଠାକୁର, ନୀଳାମ୍ବର ମେହେର,ସୁଲୋଚନା ମହାପାତ୍ର,ମନୋଜ ଜେନା, ସୁନନ୍ଦା ହାତୀ, ଦୀକ୍ଷା ପ୍ରଧାନ, ଶୁଭମ ମେହେର, ସୁନୀଲ ଅଗ୍ରୱାଲ ସହଯୋଗ କରିଥିଲେ। ପରିଶେଷରେ ସ୍କୁଲ ର ଅଧ୍ୟକ୍ଷ ଅଭିମନ୍ୟୁ ଭୋସାଗର ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post