ବାରବାଟୀରେ ବିଜୁଳି ବିଭ୍ରାଟ; ଘୋର ଲଜ୍ଜା...
କଟକ,୦୯/୦୨ : ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଅଧାରୁ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ମ୍ୟାଚ ଅଧାରୁ ଲାଇଟ କଟିଯିବାରୁ ଅଟକିଲା ଖେଳ । ଲାଇଟ କଟିବା ନେଇ ରୋହିତ ଶର୍ମା ସହ ସମସ୍ତ ଦର୍ଶକ ନିରାଶ ହୋଇଥିବା ଦେଖିବାକୁ ମିଳିଛି।
Ad..
ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍ଲାଇଟ୍ସର କ୍ଲବ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଚି। ଯାହା ଫଳରେ ଫଳରେ ମ୍ୟାଚ୍କୁ ବନ୍ଦ କରାଯାଇଛି । ଫ୍ଲଡ୍ଲାଇଟ୍ସ ଅନ୍-ଅଫ୍ ହେବା ଯୋଗୁଁ ଭାରତର ଦୁଇ ଓପନର ଶୁଭମନ୍ ଗିଲ୍ ଓ ରୋହିତ୍ ଶର୍ମା ଗଡ୍ଆଉଟକୁ ଫେରିଛନ୍ତି । ଏହି ଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଦର୍ଶକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କିଛି ସମୟ ପରେ ଫ୍ଲଡ୍ଲାଇଟ୍ସ ଅନ୍ ହେବା ପରେ ଖେଳ ଆରମ୍ଭ ହେଲା । କିନ୍ତୁ ଏ ଘଟଣା ଓଡ଼ିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିବା ସହ OCA ର କାର୍ଯ୍ୟ ଶୈଳୀ ଓ କାର୍ଯ୍ୟ କ୍ଷମତା ଉପରେ ଘୋର ପ୍ରଶ୍ନବାଚୀ ସୃଷ୍ଟି କରିଛି।
Edited by k.s thakur...
Tags:
barabati stadium
Cuttack
india vs England match
latest news
latest update
light problem
odisha daily current affairs


