ଐତିହ୍ୟ ସମ୍ପନ୍ନ ଜର୍ଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ...

ଐତିହ୍ୟ ସମ୍ପନ୍ନ ଜର୍ଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ...


ବରଗଡ,୦୯/୦୨ : ଜର୍ଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ  ସଭାପତିତ୍ବରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। 

             Ad..


ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗଦାନ କରିଥିବା ବେଳେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ଶାନ୍ତି ସୁନା, ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ଦେବଦତ୍ତ ମିଶ୍ର ଏବଂ ପୁରାତନ ଛାତ୍ର ସଂସଦ ର ଉପଦେଷ୍ଟା ତଥା ସମାଜସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।  

ଏହି ଅବସରରେ ପ୍ରଥମେ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କ କରକମଳରେ ବିଦ୍ୟାଳୟର ନବନିର୍ମିତ ସଂଗ୍ରହାଳୟର ଉଦଘାଟନ କରା ଯାଇଥିଲା ‌। ଏହାପରେ ଦୀପ ପ୍ରଜ୍ବଳନ ପରେ ତଦାନିନ୍ତନ ସ୍ୱନାମଧନ୍ୟ ଶିକ୍ଷକ ସ୍ବର୍ଗତ ଶଶିଭୂଷଣ ମିଶ୍ର ଶର୍ମାଙ୍କ ଦ୍ବାରା ରଚିତ ବହୁ ଲୋକପ୍ରିୟ ପ୍ରାର୍ଥନା "ହେ ବିଶ୍ବପତି ଭଗବାନ...." ର ସମୂହ ଗାନ କରାଯାଇଥିଲା। 

ଏହାପରେ ଛାତ୍ର ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମଜା ପତି ଙ୍କ ଦ୍ୱାରା ବିଦ୍ୟାଳୟ ବିବରଣୀ ପାଠ କରାଯାଇଥିଲା । ମୂଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ପୁରାତନ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ସମ୍ମାନ ପତ୍ର ପାଠ କରିଥିବା ବେଳେ ଏବଂ ମୂଖ୍ୟ ଅତିଥି  ପୁରାତନ ଛାତ୍ରମାନଙ୍କୁ ସମ୍ମାନ ପତ୍ର ପ୍ରଦାନ କରିଥିଲେ ।

ଏହାପରେ ଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଜାଲ ଏବଂ ଶିକ୍ଷୟିତ୍ରୀ  ଶ୍ରୀମତୀ ଜ୍ଯୋତି ଦାଶ ଓ ମଧୁମିତା ପୁରୋହିତ ଙ୍କ ସହାୟତାରେ ପୁରସ୍କାର ବିବରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହାପରେ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ଏବଂ ତତ୍ପରେ    ସଭାକାର୍ଯ୍ୟ କୁ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରୀୟ ସହଯୋଗ କରିଥିଲେ। 

ଏହି ଅବସରରେ ଛାତ୍ର ମାନଙ୍କ ଦ୍ଵାରା ବର୍ଯ୍ଯବସ୍ତୁ ରୁ ନିର୍ମିତ ବିଭିନ୍ନ ପ୍ରକାରର ଖେଳନା ର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ର ମାନଙ୍କ ପ୍ରୟାସ କୁ ଅତିଥି ମାନେ ଏବଂ ଅଭିଭାବକ ଅଭିଭାବିକା ଗଣ ଭୂୟସୀ ପ୍ରଶଂସା କରିଥିଲେ।ଶେଷରେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post