ଉତ୍ତାଳଗଡ ନାଟ୍ୟ ମହୋତ୍ସବ ଉଦଘାଟନ...

ଉତ୍ତାଳଗଡ ନାଟ୍ୟ ମହୋତ୍ସବ ଉଦଘାଟନ...


ବରଗଡ଼,୦୯/୦୨ :  ବରଗଡ଼ ଜିଲ୍ଲା ବିଜେପୁର ଅନ୍ତର୍ଗତ ତାଲପଦର ଗାଁ  ରେ ପ୍ରତିବର୍ଷ ଭଲି ଖଗେଶ୍ୱର ସେଠ ମଣ୍ଡପ ଠାରେ ଏଥର ମଧ୍ୟ ୧୫ ତମ ଉତ୍ତାଳଗଡ ନାଟକ ଉତ୍ସବ ଶୁଭାରମ୍ଭ ହୋଇଯାଇଛି। 

            Ad..


ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ନାଟକ ଉତ୍ସବ ରେ ବିଜେପୁର ବିଧାୟକ ତଥା  ବିଜେପୁର ଗୈନ୍ତିଆ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, ପଦ୍ମପୁର ଟାଉନ୍ କ୍ଲବ ସଭାପତି ତଥା ବିଜେପିର ଯୁବ ନେତା ପ୍ରିତେଶ ବହିଦାର, ଜିଲ୍ଲା ପରିଷଦ ଶୁଶାନ୍ତ ଗଡତିଆ, ପଦ୍ମପୁର ଲୋକ ମହୋତ୍ସବ ର ଆବାହକ ଅଶୋକ ମିଶ୍ର ପ୍ରମୁଖ ଶୁଭ ଉଦଘାଟନ ଦିବସରେ ଯୋଗଦାନ ଦେଇଥିଲେ। 

ଏହି ଉତ୍ସବ ରେ ନାଟ୍ୟକାର କିଶୋର ପ୍ରଧାନ, ତାଲପଦର ଗାଁ ର ମଞ୍ଚ ନାଟକ କଳାକାର ଭାବରେ ପ୍ରତିଷ୍ଠିତ ହୋଇଥିବା ଓ କଳାକାର ସୃଷ୍ଟି ରେ ଏକ ମାଇଲ ଖୁଣ୍ଟ ସାଜିଥିବା କଳାକାର କିଶୋର ପ୍ରଧାନ ଙ୍କୁ ଖଗେଶ୍ବର ସମ୍ମାନ ରେ ସମ୍ମାନିତ କରାଯାଇଥିଲା । 

ଏହି ପଶ୍ଚିମ ଓଡ଼ିଶା ର ଉତ୍ତାଳଗଡ ନାଟ୍ୟ ଉତ୍ସବ ରେ ସୋନପୁର ବଡକର୍ଲେ ବୀଣାପାଣି ନାଟ୍ୟ ସଂସଦ ତରଫରୁ ନାଟକ ବଳଦ, ପଦ୍ମପୁର ଲୁ ନାଟ୍ଯ ସଂଗଠନ ର ନାଟକ ରଙ୍ଗଭୂମି, ସମ୍ବଲପୁର ଶବ୍ଦ ସାଂସ୍କୃତିକ ଅନୁଷ୍ଠାନ ର ନାଟକ ସର୍ଗିଫୁଲ, ପଦ୍ମପୁର ର ଟଙ୍କିକିଆ ସଙ୍ଗିତ ବିଦ୍ୟାଳୟର ତରଫରୁ ଲୋକ ନୃତ୍ୟ ନୁନି ନୂଆ ଭୂଆସେନ ପ୍ରଭୃତି ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। 

ନାଟକ ଉତ୍ସବ ରେ ବିଧାୟକ ଙ୍କୁ ଖଗେଶ୍ବର ମଣ୍ଡପ ସମ୍ମୁଖରେ ଏକ ନାଟକ ଉତ୍ସବ କମିଟି ର ସଭାପତି ଓ ସମ୍ପାଦକ ଅଡିଟୋରିଅମ ନିର୍ମିତ କରିବା ପାଇଁ ଅନୁରୋଧ ଜଣାଇବା ସହ ଅଂଚଳ ରେ ଏକ ଯୁକ୍ତ ତିନି ମହାବିଦ୍ୟାଳୟ ତିଆରି କରିବାପାଇଁ ଅନୁରୋଧ କରିଥିଲେ। ଶେଷରେ ଅଧ୍ୟାପକ ଶୁଶାନ୍ତ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ



Report : Bijay ku sahu

Edited by k.s thakur...


Post a Comment

Previous Post Next Post