ଗଞ୍ଜେଇ ଚାଲାଣ ଅଭିଯୋଗରେ ପୂର୍ବତନ ସାଂସଦ ପ୍ରତିନିଧି ଗିରଫ...

ଗଞ୍ଜେଇ ଚାଲାଣ ଅଭିଯୋଗରେ ପୂର୍ବତନ ସାଂସଦ ପ୍ରତିନିଧି ଗିରଫ...


(କାହାର ଆଶୀର୍ବାଦରେ ଗଞ୍ଜେଇ ଚାଲାଣ ହେଉଥିଲା: ସାଧାରଣତଃ ସନ୍ଦେହଜନକ?)

ସମ୍ବଲପୁର/କଣ୍ଟାବାଞ୍ଜି,୨୦/୦୨ : କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖାଗସା ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପୂର୍ବତନ ତୁରେକେଲା ବ୍ଲକ ପ୍ରତିନିଧି ସୁଦର୍ଶନ କଟାଙ୍କୁ ସମ୍ବଲପୁର ଅବକାରୀ ବିଭାଗ ଗିରଫ କରିଛି।

                Ad..


ସମ୍ବଲପୁର ଅଞ୍ଚଳରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୦୨୫ ମସିହାର ଟିଆର (ଏନଡିପିଏସ) ମାମଲା ନମ୍ବର ୧୪ ଏବଂ ୧୫ରେ ଗିରଫ ହେବା ପରେ ତାଙ୍କୁ ସମ୍ବଲପୁର ବିଚାର ବିଭାଗୀୟ କୋର୍ଟକୁ ପଠାଯାଇଛି।

     Ad..


ଜଣେ ବଡ଼ ନେତାଙ୍କ ଆଶୀର୍ବାଦରେ ସେ ଏପରି ବେଆଇନ କାର୍ଯ୍ୟ କରୁଛନ୍ତି ବୋଲି ଆଲୋଚନାର ବିଷୟ ପାଲଟିଛି।ତାଙ୍କ ବିରୋଧରେ ଅଭିଯୋଗ ଆସୁଛି ଯେ ରାଜନୈତିକ ଚାପ ପ୍ରୟୋଗ କରି ଜବତ ହୋଇଥିବା ୨୦୦ କିଲୋ ଗଞ୍ଜେଇର ପରିମାଣ ହ୍ରାସ କରି ଏହାକୁ ୪୦ କିଲୋ ଦର୍ଷା ଯାଇଛି ! ପ୍ରଶାସନ ଏହି ବିଷୟରେ ଧ୍ୟାନ ଦେଇ ଉପଯୁକ୍ତ ତଦନ୍ତ କରିବାକୁ ଜନସାଧାରଣ ରେ ଦାବି ହେଉଛି।

Input with TNB...






Edited by k.s thakur...

Post a Comment

Previous Post Next Post