ରାଣୀପୁର ଝରିଆଲ ରେ ମହାଶିବରାତ୍ରି ଓ ୬୪ ଯୋଗିନୀ ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ...
ବଙ୍ଗୋମୁଣ୍ଡା,୨୦/୦୨ : ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ଠାରେ ରାଣୀପୁର ଝରିଆଲ ମହାଶିବରାତ୍ରି ମେଳା ଓ ଚଉଷଠି ଯୋଗିନୀ ମହୋତ୍ସବ ପାଳନ ପାଇଁ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନର ସମନ୍ୱୟ ବୈଠକ ବିଡ଼ିଓ ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ବୈଠକରେ ତହସିଲଦାର ଜ୍ୟୋସ୍ନା ମାଝୀ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ସିଡିପିଓ ମାଧୁରୀ ହୋତା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ମନ୍ଦିର ଟ୍ରଷ୍ଟ କମିଟି ସଭାପତି ମାଣିକ ଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ,ସମ୍ପାଦକ ଖିରସିନ୍ଧୁ ଭୋଇ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର,ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ...
Ad..
ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା,ମଞ୍ଜେସ ମେହେର, ,ଗୋପୀନାଥ ସାହୁ,ସାଂସଦ ପ୍ରତିନିଧି ଅନିଲ ନାଏକ,ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ଯୁବନେତା ଯୁବରାଜ ବାଗ, ଚାନ୍ଦୋତରା ସରପଞ୍ଚ ଜିତେନ ବଛା, ଜାମ ଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା, ସଦାନନ୍ଦ ତାଣ୍ଡି, ଲମ୍ବୋଦର ବେହେରା, ହେମନ୍ତ ସାହୁ,କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ମୁଣ୍ଡ ପଦର ସମିତି ନୀଳକଣ୍ଠ ବାରିକ, ଘାସିରାମ ସାହୁ , ଦ୍ରୋପଦ ବାରିକ, ସଞ୍ଜିବ ଛୁରା ପ୍ରମୁଖଙ୍କ ସହ କାର୍ଯ୍ୟକ୍ରମର ମିଡ଼ିଆ ପ୍ରଭାରୀ ସାମ୍ବାଦିକ ଅଶୋକ ଭୋଇ ଓ ହୁଳେଶ୍ବର ହଂସ ଉପସ୍ଥିତ ଥିଲେ।
ଶିବରାତ୍ରି ମେଳା ଫେବୃଆରୀ ୨୫ ରୁ ମାର୍ଚ୍ଚ ୦୩ ତାରିଖ ପର୍ଯ୍ୟନ୍ତ ଏବଂ ୬୪ ଯୋଗିନୀ ମହୋତ୍ସବ ଫେବୃଆରୀ ୨୬ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତେଣୁ ମେଳା ଏବଂ ମହୋତ୍ସବକୁ ଶୃଙ୍ଖଳିତ ଓ ମହା ଆଡ଼ମ୍ବର ସହକାରେ ପାଳନ କରାଯିବା ସହ ଭକ୍ତ , ଶ୍ରଦ୍ଧାଳୁ ମାନସିକଧାରୀ,ପର୍ଯ୍ୟଟକ କବି ଗବେଷକ କଳାକାର ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା ।
Edited by k.s thakur...
Tags:
bangomunda
kantabanji
latest news
latest update
maha Shivaratri
odisha daily current affairs
preparation meeting
ranipur jharial



