କୋମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ : ନାଁ ଅଛନ୍ତି ଡାକ୍ତର ନାଁ-ଅଛି ଆନୁସଙ୍ଗିକ ବ୍ୟବସ୍ଥା...

କୋମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ : ନାଁ ଅଛନ୍ତି ଡାକ୍ତର ନାଁ-ଅଛି ଆନୁସଙ୍ଗିକ ବ୍ୟବସ୍ଥା...


ବରଗଡ଼,୨୧/୦୨ :- ଚର୍ଚାରେ କେନ୍ଦ୍ରବିନ୍ଦୁ ସାଜିଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ, ଚିକିତ୍ସାର ଉପଚାର ନୁହେଁ ଚିକିତ୍ସାର ସମସ୍ୟାକୁ ନେଇ ସବୁବେଳେ ଚର୍ଚାରେ ରହି ଆସିଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କେତେ ବେଲେ ଅନ୍ଧାରି ଚିକିତ୍ସା ହେଉ ତ କେତେବେଳେ ଡାକ୍ତର ସମସ୍ୟା, କେତେବେଲେ ଔଷଧ ସମସ୍ୟା ତ କେତେବେଳେ ମୃତ ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ଧରି ପଡି ରହିବା ହେଉ ଏଭଳି ଅନେକ ସମସ୍ୟା ସହିତ ଯୋଡି ହୋଇ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବରଗଡ଼ରେ ଆଜି ଗୁରୁବାର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

           Ad..


ସୂଚନା ଆନୁଯାଇ, ବରଗଡ଼ ସହର ହାଟପଦା ନିବାସୀ ଗୋପାଳ ଯଶ୍ୱାଳ ଆଜି ଅସୁସ୍ଥ ଅନୁଭବ କରିବା ପରେ ପରିବାର ଲୋକେ ସହର ମଧ୍ୟରେ ରହିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ ମାତ୍ର ବିଭାଗୀୟ ଡାକ୍ତର ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରଣ କରିଥିଲେ।

    Ad..


ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପହଞ୍ଚିବା ବେଳକୁ ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ  ମାତ୍ର ରକ୍ତ ପରୀକ୍ଷା କରିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇନରେ ଛିଡା ହେବା ପରେ ଉକ୍ତ ପରୀକ୍ଷା ହେବ ନାହିଁ ବୋଲି ଲେବ ଟେକନିସିଏନ୍ କହିଥିଲେ। 

କାହିଁକି ହେବ ନାହିଁ ବୋଲି ପରିବାର ଲୋକେ କାରଣ ପଚାରିବାରୁ ୧୫ ଦିନ ହେଲା ରିଜଏଣ୍ଟ ସରିଯାଇଥିବା ବିଷୟରେ କହିଥିଲେ ହସ୍ପିଟାଲ କର୍ମଚାରୀ। ବାରମ୍ବାର ସରିଯାଇଥିବା ବିଷୟରେ କହିବା ପରେ ମଧ୍ୟ ଷ୍ଟୋର ଇନଚାର୍ଜ ଯୋଗାଇ ଦେଉନଥିବାରୁ ଟେଷ୍ଟ ହେଇ ପାରୁନାହିଁ କହି ହସ୍ପିଟାଲ କର୍ମଚାରୀ ନିଜର ଅସହାୟତା ପ୍ରକାଶ କରିଥିଲେ। 

ଆବଶ୍ୟକୀୟ ଉପକରଣ ଅଭାବରୁ ଆଲବୁମିନ, ପ୍ରୋଟିନ, ପୋଟାସିୟମ, ସୋଡିୟମ, ୟୁରିକ ଏସିଡ, ସିରାମ ୟୁରିଆ ଭଳି ସାଧାରଣ ଟେଷ୍ଟ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ହୋଇ ପାରୁନାହିଁ ଯାହା ଫଳରେ ଲୋକେ ଘରୋଇ ଉପଚାର କରି ଅଧିକ ଖର୍ଚ୍ଚାନ୍ତ ହେବା ପାଇଁ ବାଧ୍ୟ ହେଉଛନ୍ତି। 

ଅନ୍ୟପଟେ ଖେଦାପାଲିରୁ ବରଗଡ଼ ଆସି ରକ୍ତ ପରୀକ୍ଷା କରାଇ ନେବା ପରେ ଆଉ ଡାକ୍ତର ରହୁନଥିବାରୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। 

ଏଭଳି ନାହିଁ ନଥିବା ସମସ୍ୟା ଘେରରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ତା ଚାଲୁ ରହିଥିବା ବେଳେ ଗତ କିଛି ମାସ ପୂର୍ବରୁ ୧୮ କୋଟି ୨୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କ୍ରିଟିକାଲ କେୟାର ସେଣ୍ଟର ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟନ ହେବା ପରେ ମଧ୍ୟ ଦୀର୍ଘ ଚାରିମାସ ହେଲା ତାଲା ପଡ଼ି ରହିବା ସ୍ୱାଭାବିକ ଅଟେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୁପମା ଷଡ଼ଙ୍ଗୀଙ୍କୁ ପଚାରିବାରୁ କେମିକାଲ ଯୋଗାଇ ଦେଉଥିବା କିଛି କମ୍ପାନୀରେ ପଇସା ବାକି ରହି ଯାଇଥିବାରୁ ସେମାନେ କେମିକାଲ ଯୋଗାଇବାରେ ବିଳମ୍ବ କରୁଥିଲେ ଆଜି ସେ ସମସ୍ତଙ୍କର ବାକି ଟଙ୍କା ଦେଇ ଦିଆଯାଇଛି ଆସନ୍ତା କାଲି ସମସ୍ତ କେମିକାଲ ଉପଲବ୍ଧ ରହିବା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯିବା ସୂଚନା ଦେଇଥିଲେ। 

ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପ୍ରତ୍ୟକ ଦିନ ପାଞ୍ଚ ଶହରୁ ଉର୍ଦ୍ଧ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ପ୍ରତ୍ୟକ ଦିନ ୨୦୦ ରୁ ଅଧିକ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କୁ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ ହେଲା ଉକ୍ତ ପରୀକ୍ଷା ସେବାରୁ ବଞ୍ଚିତ ରହିଥିଲେ ମଧ୍ୟ୍ୟ ସମସ୍ୟା ବିଷୟରେ କାହାରି ତତ୍ପରତା ନାହିଁ ଯାହାକୁ ନେଇ ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ଏହା ସ୍ୱାସ୍ଥ୍ୟ ବିଭାଗର ଅବହେଳା ନାଁ ସରକାରଙ୍କ ଅପାରଗତା ?



Report : Bijay ku sahu 

Edited by k.s thakur...



Post a Comment

Previous Post Next Post