ତୁରେକେଲା କ୍ଳଷ୍ଟରରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ...
କଣ୍ଟାବାଞ୍ଜି,୨୧/୦୨ : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଥିଲା।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି,ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
Ad..
ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ ସଭା ପରିଚାଳନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିକ୍ଷୟିତ୍ରୀ ନିବେଦିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ, ବକ୍ତୃତା ଓ ଶ୍ରୁତ ଲିଖନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା।ତାପରେ ଶପଥ ପାଠ କରିଥିଲେ।
Ad..
ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାତୃଭାଷା ଦିବସର ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ।ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ,ଟିକେଶ୍ୱରୀ ସେଠ,ବିନୋଦିନୀ ତାଣ୍ଡୀ, ରଜନୀ ମେହେର ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦାଶ ଅତିଥି ଭାବରେ ଯୋଗ ଦେଇ ଗଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମାତୃଭାଷାର ଉପକାରିତା ଉପରେ ବୁଝେଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ମେହେର ଓ ଧରିତ୍ରୀ ମେହେର ଛାତ୍ରଛାତ୍ରୀ ମାନେ ମାତୃଭାଷାରେ କିପରି ଗପ କହିବେ ପ୍ରୋତ୍ସାହିତ କରିଥିଲେ।
ସେହିପରି ତୁରେକେଲା ଆଶ୍ରମ ବିଦ୍ୟାଳୟ, ବକବାହାଲ, ଗଇଁତାପଡା,ବାଞ୍ଜିପାଲି,ବାଗବେଲ, ଗଞ୍ଜାଉଡାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଦେବ ବଗର୍ତ୍ତୀ,ପାର୍ଥବ ମହାନନ୍ଦ, ଗୋପାଳ ଧରୁଆ,ସୂର୍ଯ୍ୟମଣି ସିଠ,ସୁକାନ୍ତି ମାଝୀ,ରାଜ କିଶୋର ନାଗ,ସୁରୁମଣି ମେହେର, ଧର୍ମବନ୍ତୀ ପୁଟା,ଡମ୍ବରୁ ମେହେର,ପ୍ରଫୁଲ୍ଲ ମାଝୀ, ପୀତାମ୍ବର ଲୁହା ପାଳନ କରିଥିଲେ।
Edited by k.s thakur...
Tags:
international mother language divas
kantabanji
latest news
latest update
odisha daily current affairs
turekela



